‘ମିସ୍ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍ ପ୍ରତିଯୋଗିତାରେ ଜଣେ ଓଡ଼ିଆ ଝିଅ ପ୍ରତୀକ୍ଷା ମିଶ୍ର। ଇଣ୍ଡୋନେସିଆର୍ ଜାକର୍ତ୍ତାରେ ହେଉଥିବାର୍ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଫାଇନାଲିଷ୍ଟ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମିସ୍ ଇଣ୍ଡିଆ ଭିନ୍ନ ଭିନ୍ନ ରାଉଣ୍ଡରେ ଜିତି ଟପ୍ ୨୫ରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି ପ୍ରତୀକ୍ଷା। ଇଣ୍ଡିଆନ୍ ଫ୍ୟାସନ୍ ଫିଏଷ୍ଟା ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା। ଏବେ ସେ ଜାକର୍ତ୍ତା ଯାତ୍ରା କରୁଛନ୍ତି। ପ୍ରତୀକ୍ଷାଙ୍କର ଏହି ସଫଳତା ଓଡିଶା ପାଇଁ ଗର୍ବ ଆଣିଦେଇଛି।
ପ୍ରତୀକ୍ଷାଙ୍କ ଘର ସମ୍ବଲପୁରରେ।+୨ ସାରି କୃଷି ବିଜ୍ଞାନୀ ହେବା ଲକ୍ଷ୍ୟ ରଖିଥିବା ପ୍ରତୀକ୍ଷାଙ୍କର ଫ୍ୟାସନ୍ ଏବଂ ମଡେଲିଂରେ ସୌକ ରହିଛି। ପିଲା ଦିନରୁ ବିଭିନ୍ନ ଫ୍ୟାସନ୍ ସୋ’ରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି ପ୍ରତୀକ୍ଷା। ଆସନ୍ତା ୧୮ରେ ହେବାକୁ ଥିବା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଗ୍ରାଣ୍ଡ ଫିନାଲରେ ପ୍ରତୀକ୍ଷା କମାଲ କରିବେ ବୋଲି ଆଶା ରଖିଛନ୍ତି ତାଙ୍କ ପରିବାର ଲୋକେ।
ପଢନ୍ତୁ: ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର