POLITICALS

ବିଜେଡ଼ିକୁ ପ୍ରତ୍ୟୁଷାଙ୍କ ଧମକ: ଦଳୀୟ ଟିକେଟ ବିନା ମଧ୍ୟ ନୟାଗଡ଼ରୁ ଲଢିବି

କାଲି ଯିଏ ମିତ୍ର, ଆଜି ସେ ବିଦ୍ରୋହୀ….

ଗତକାଲି ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ  ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୮ ନୂଆ ସାଂସଦ ପ୍ରାର୍ଥୀ ଓ ୨୬ ଜଣ ନୂଆ ବିଧାୟକ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ଆସିକା ବିଧାୟକ ଦେବରାଜ ମହାନ୍ତି, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କର ଦଳ ପ୍ରତି ଥିବା ସଚ୍ଚୋଟ ପାଣିଆକୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି।

କନ୍ଧମାଳ ପ୍ରତୁଷା  ରାଜେଶ୍ଵରୀଙ୍କୁ ଟିକେଟ ନ ମିଳି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି। ଏ ନେଇ ସେ ଦଳକୁ ଦେଇଛନ୍ତି ଧମକ, ମୋତେ ନୟାଗଡ ଟିକେଟ ଦିଅ। ଯଦି ମୋତେ ଟିକେଟ ନଦିଅ ତେବେ ବି ମୁଁ ନୟାଗଡରୁ  ଲଢିବି। ଯଦି ନୟାଗଡ଼ରୁ ଟିକେଟ ନ ମିଳେ ତାହାଲେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବି।”ଟିକେଟ କଟିବା ପରେ ଏକ ବୈଦୁ୍ୟତିକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି । ଦଳ ବଡ଼ ନୁହେଁ, ନାୟାଗଡ଼ବାସୀଙ୍କ ସେବା କରିବାକୁ ଚାହୁଁଛି ବୋଲି କନ୍ଧମାଳର ସାଂସଦ ପ୍ରତୁ୍ୟଶ ରାଜେଶ୍ୱରୀ କହିଛନ୍ତି ।
ପଢନ୍ତୁ: ହିଞ୍ଜିଳି ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

Related posts

ଅଙ୍ଗନୱାଡି କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ

ENO Beuro

ନିର୍ବାଚନୀ ହିଂସାର ଶିକାର ହେଲେ ବିଜେପି ନେତା : ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

Ratnamani Moharana

ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ଦାଖଲ କଲେ ପାର୍ଥୀ ପତ୍ର

Ratnamani Moharana

Leave a Comment