• Home
  • News
  • ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା !
News

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା !

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଂଚଳିକ ପାଣିପାଗ ବିଭାଗ

ଓଡ଼ିଶାରେ ପ୍ରାକ ମୌସୁମୀ ବର୍ଷା ପ୍ରଭାବରେ ଶୁକ୍ରବାର ପାଗରେ ପରିବର୍ତ୍ତନ ଦେଖାଯାଇଛି। ରାଜ୍ୟସାରା ତାପମାତ୍ରା କମିଛି । କେରଳ ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ । ଏହାସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ଭଦ୍ରକ ଆଦି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୫ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସୂଚନା ମିଳିଛି ।

ଉପକୂଳ ଓଡ଼ିଶାରେ ବର୍ଷା ଜୁନ ୩ରୁ ବଢ଼ିପାରେ । ଏହି ସମୟରେ ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି । ସେହିଭଳି ଜୁନ ୫ରୁ ଦକ୍ଷିଣ ଓ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବାକୁ ଥିବା ବେଳେ ୬ ତାରିଖରେ ମୌସୁମୀ ଓଡ଼ିଶାକୁ ଛୁଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା ! rain

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ, ଆପଣଙ୍କ ଦିନତି ହୋଇପାରେ ଅଶୁଭ !

Related posts

ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

Krishna Kumar Manoj

ସିତାଂଶୁ କର ହେଲେ ପିଆଇବିର ମହାନିର୍ଦ୍ଦେଶକ!

ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More