News

ଛିଡ଼ା ହୋଇ ଗୀତ ନ ଗାଇବାରୁ ପାକିସ୍ତାନୀ ଗାୟିକାଙ୍କୁ ହତ୍ୟା!

ପାକିସ୍ତାନ ଅନ୍ତର୍ଗତ ସିନ୍ଧୁ ପ୍ରଦେଶର ଲାରକାନା ନିକଟ କାଙ୍ଗାଠାରେ ଅନୁଷ୍ଠିତ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗାୟିକା ସାମିନା ସାମୁନ(୨୪)ଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏହି ହୃଦୟ ବିଦାରକ ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା। ତେବେ ତାର ଏକ ଭିଡିଓକୁ ଜଣେ ମାନବାଧିକାର କର୍ମୀ ଇଣ୍ଟରନେଟରେ ଛାଡିବା ପରେ ଏହାକୁ ଖୁବ ସମାଲୋଚନା କରାଯାଇଛି।

ସାମିନା ସିନ୍ଧୁ ନାମରେ ଲୋକପ୍ରିୟ ଏହି କଳାକାରଙ୍କୁ ଛିଡ଼ା ହୋଇ ସଙ୍ଗୀତ ପରିବେଷଣ କରିବାକୁ ଜନୈକ ତାରିକ ଅହମ୍ମଦ ଯାତୋଇ କହିଥିଲେ।

ସେ ପ୍ରଥମେ ଛିଡ଼ା ହେବାକୁ ମନା କରିଥିଲେ; କିନ୍ତୁ କିଛି ଲୋକ ସେ ଛିଡ଼ା ହେବା ନେଇ ଟସ୍‌ ପକାଇଥିଲେ। ଫଳରେ ସେ ଛିଡ଼ା ହୋଇଥିଲେ ଏବଂ ଛିଡ଼ା ହେବା ମାତ୍ରେ ନିଶାସକ୍ତ ତାରିକ ତାଙ୍କୁ ତିନିଟି ଗୁଳି କରିଥିଲା। ଏଥିରେ ସାମିନାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଉଲ୍ଲେଖଯୋଗ୍ୟ ଯେ, ସାମିନା ଗର୍ଭବତୀ ଥିଲେ। ତାରିକକୁ ଗିରଫ କରାଯାଇଛି। ତା’ ନାମରେ ସାମିନା ଓ ତାଙ୍କ ଗର୍ଭସ୍ଥ ଶିଶୁକୁ ମାରିବା ପାଇଁ ଦୁଇଟି ହତ୍ୟା ମାମଲା ରୁଜୁ କରାଯାଇଛି।

ଛିଡ଼ା ହୋଇ ଗୀତ ନ ଗାଇବାରୁ ପାକିସ୍ତାନୀ ଗାୟିକାଙ୍କୁ ହତ୍ୟା! singer

ପଢନ୍ତୁ; ଗ୍ରୀଷ୍ମଦିନରେ ଘରେ କେମିତି ତିଆରି କରିବେ ବାଦାମ ପେସ୍ତା ଲସ୍ସି ଜାଣନ୍ତୁ ?

Related posts

ରାଜ୍ୟ ସରକାର ରସଗୋଲା ଜିଆଇ ପାଇଁ ୭ଦିନ ମଧ୍ୟରେ ଆବେଦନ କରିବେ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ENO Beuro

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ

ENO Beuro

ସହିଦ ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି,କହିଲେ କଂଗ୍ରେସ ପାଇଁ ମାଓବାଦୀ ହେଉଛନ୍ତି ବିପ୍ଳବୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More