News

ପସନ୍ଦ ନଥିଲେ ଅସୁନ୍ଦର ସ୍ଵାମୀ,ଚୁମ୍ବନ ବେଳେ ଜିଭ କାଟିଦେଲେ ସ୍ତ୍ରୀ

ସ୍ଵାମୀ ଅସୁନ୍ଦର ଥିବାରୁ ପତ୍ନୀଙ୍କର ପସନ୍ଦ ନଥିଲେ। ତେଣୁ ଚୁମ୍ବନ ସ୍ବାମୀଙ୍କ ଜିଭକୁ କାମୁଡି ଛିଣ୍ଡାଇ ଦେଇଛନ୍ତି ପତ୍ନୀ। ଦିଲ୍ଲୀର ରନହୋଲା ନଗରରେ ଏକ ଅଜବ ଘଟଣା ଘଟିଛି।ଏବେ ସ୍ବାମୀ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତାଙ୍କ ଜିଭରେ ଅସ୍ତ୍ରୋପଚାର କରାଯିବ । ତେବେ ସେ ଆଉ ଭଲ ଭାବେ କଥା କହି ପାରିବେ କି ନାହିଁ ସେ ନେଇ ଡାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି ।

wife ଚୁମ୍ବନ ପସନ୍ଦ ନଥିଲେ ଅସୁନ୍ଦର ସ୍ଵାମୀ,ଚୁମ୍ବନ ବେଳେ ଜିଭ କାଟିଦେଲେ ସ୍ତ୍ରୀ wife

ପାଖ ପଡ଼ୋଶୀଙ୍କ କହିବା କଥା ଆହତ ବ୍ୟକ୍ତି ଜଣକ ଜଣେ ପଥପ୍ରାନ୍ତ ନାଟ୍ୟ ଅଭିନେତା । ତାଙ୍କର ପତ୍ନୀ କିନ୍ତୁ ସ୍ବାମୀଙ୍କ ଚେହେରା ନେଇ ଆଦୌ ସନ୍ତୁଷ୍ଟ ନଥିଲେ । ସେ ସୁନ୍ଦର ନୁହନ୍ତି ବୋଲି ଅଭିଯୋଗ କରୁଥିଲେ । ତେଣୁ ସବୁ ବେଳେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା । ଏବେ ପତ୍ନୀ ଜଣକ ଗର୍ଭବତୀ ଅଛନ୍ତି । ନିକଟରେ ପୁଣି ଉଭୟଙ୍କ ମଧ୍ୟରେ ପୁଣି ବିବାଦ ହୋଇଥିଲା । ତେବେ ବୁଝାମଣା ପରେ ପତ୍ନୀ ଯେତେବେଳେ ପତିଙ୍କୁ ଚୁମ୍ବନ ଦେଲେ ଜାଣି ଶୁଣି ତାଙ୍କ ଜିଭ କାମୁଡ଼ି ପକାଇଲେ । କାମୁଡ଼ା ଏତେ ଜୋର ଥିଲା ଯେ ସ୍ବାମୀର ଅଧା ଜିଭ କଟିଗଲା । ଏଭଳି ଅଭିଯୋଗ କରିଛନ୍ତି ମହିଳାଙ୍କ ଶ୍ବଶୁର। ଅଭିଯୁକ୍ତ ମହିଳାଙ୍କୁ ଧାରା ୩୨୬ ଅନୁଯାୟୀ ପୋଲିସ ଗିରଫ କରିଛି।

ପଢନ୍ତୁ;ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ କର୍ମଶାଳାକୁ ଉଦଘାଟନ କଲେ ଅର୍ଜୁନ ରାମ ମେଘୱାଲ

Related posts

୧୪ ବର୍ଷର ଝିଅର ୭ ମାସର ପିଲା

Krishna Kumar Manoj

ମହାରାଷ୍ଟ୍ର ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Krishna Kumar Manoj

କେନ୍ଦୁଝରର ଆନନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:୪ମୃତ,୩ ଗୁରୁତର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More