Entertainment

ଆଗାମୀ ଓଡିଆ ସିନେମା ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ

audio

ଗତକାଲି ଭୁବନେଶ୍ଵରସ୍ଥିତ ହୋଟେଲ ଉପେନ୍ଦ୍ରଠାରେ ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ ଅନୁଷ୍ଟିତ ହୋଇଯାଇଛି। ଅଡିଓ ଉନ୍ମୋଚନ ଉର୍ସବରେ ରାସେଶ୍ଵରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡର ପ୍ରଯୋଜକ ବିରଞ୍ଚୀ ନାରାୟଣ ପଣ୍ଡା ଓ ଦିଲ୍ଲୀପ କୁମାର ଦାସ , ସଙ୍ଗୀତ ନିର୍ଦେଶକ ମଳୟ ମିଶ୍ର, ନିର୍ଦେଶକ ସଞ୍ଜୟ ନାୟକ ,ଗୀତିକାର ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ,କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଇରା ମହାନ୍ତି ,ଦୀପ୍ତି ପାଢି ,ସ୍ଵୟଂ ପ୍ରଭାସ, ସବିଶେଷ ,ତାରିକ ଅଜିଜ, ଆଶୁତୋଷ ,ସଂପାଦକ ରାଜେସ ଦାସ ,କ୍ରିଏଟିଭ ହେଡ ପ୍ରଣୟ ଜେଠି, ମୁଖ୍ୟ ବ୍ୟବସ୍ଥାପିକ ବିକାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି ଏବଂ ରିୟା। ଏହି ସିନେମାଟି ଏକ ଭିନ୍ନ ଧରଣର ପ୍ରେମ କାହାଣୀ। ଉଭୟ ଜ୍ୟୋତି ଓ ରିୟାଙ୍କର ଏଥିରେ ଡବଲ ରୋଲ ରହିଛି।

ଚଳଚିତ୍ରଟି ଆସନ୍ତା ଫେବୁଆରୀ ୮ ତାରିଖରେ ସାରା ଓଡିଶାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଇଥିଲେ।

ପଢନ୍ତୁ; ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ

Related posts

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

ଓଲିଉଡ ଅଭିନେତା ବବି ମିଶ୍ରଙ୍କ ନେଗେଟିଭ୍‌ ରୋଲକୁ ନେଇ ଚର୍ଚା

ENO Beuro

ଚର୍ଚ୍ଚାରେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଝିଅ ସୁହାନା ; ଜାଣନ୍ତୁ କାହିଁକି

ENO Beuro

Leave a Comment