Entertainment

୧୩ ବର୍ଷ ପରେ ‘ପ୍ରେମୀ ନଂ ୧’ ପୁଣି ଫେରିଛି ରୂପେଲି ପରଦାକୁ

By ENO Beuro

February 12, 2018

ନୂଆ ରୂପରେ ପ୍ରେମୀ ନଂ ୧

ବ୍ରଜରାଜ ମୁଭିଜ୍‌ ଲଞ୍ଚ କରିଥିଲା ଆଜିକାର ଓଡିଆ ସିନେ ଜଗତର ଲୋକପ୍ରିୟ ନାୟକ ଅନୁଭବଙ୍କୁ । ସେ ଆଇ ଲଭ୍‌ ୟୁ ସିନେମାରୁ କାବୁଲା ବାରବୁଲା ଯାଏଁ ବେଶ କେତୋଟି ସିନେମାରେ କାମ କରିଛନ୍ତି। ଅନୁଭବଙ୍କର ଏକ ଚର୍ଚ୍ଚିତ ସିନେମା ହେଲା ପ୍ରେମୀ ନଂ ୧ । ନୂଆ ରୂପରେ ପୁଣି ଫେରିଛି ଏହି ସିନେମା ।  ବ୍ରଜରାଜ ମୁଭି ବ୍ୟାନର ତରଫରୁ ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ‘ପ୍ରେମୀ ନଂ ୧’ ୧୩ ବର୍ଷ ପରେ ନବକଳେବର ହୋଇ ପୁଣି ଫେରିଛି ରୂପେଲି ପରଦାକୁ।

ହୋଟେଲ ଆର୍ଯ୍ୟ ପ୍ୟଲାସ ଠାରେ ବ୍ରଜରାଜ ମୁଭି ବ୍ୟାନରର ପ୍ରଯୋଜକ ସଞ୍ଜୟ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି ଉପସ୍ଥିତ ରହି ଏହି ଚଳଚ୍ଚିତ୍ର ସହ ଥିବା ତାଙ୍କ ସ୍ମୃତିକୁ ବଖାଣି ଥିଲେ ।

ଏହାସହ ତାଙ୍କର ପ୍ରଥମ ମୁଭି ଆଇଲଭୟୁର ୧୪ ବର୍ଷ ପୂର୍ତ୍ତିକୁ ପାଳନ କରିଥିଲେ । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ମଣ୍ଟୁ ନାୟକ, ନିର୍ଦ୍ଦେଶକ ସୁଂଧାଶୁ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ସହିତ ବହୁମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପଢନ୍ତୁ;ମଝି ଆକାଶରେ ଦୁଇ ଯାତ୍ରୀବାହୀ ବିମାନ ମୁହାଁମୁହିଁ : ଅଳ୍ପକେ ବଞ୍ଚିଲେ ୧୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ