Spread the loveପୁରୀରେ ଚାଲୁଥିବା ଅଟୋସେବାକୁ ଶୃଙ୍ଖଳିତ କରିବା ଲାଗି ନିଆଯାଇଛି ଉଚ୍ଚସ୍ତରୀୟ ପଦକ୍ଷେପ । ଏଥିପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଭାବେ ପ୍ରିପେଡ ଅଟୋସେବା । ଏନେଇ ଜିଲ୍ଲା... ପୁରୀରେ ଶୃଙ୍ଖଳିତ ଅଟୋସେବା ନିମିତ୍ତ ଉଚ୍ଚସ୍ତରୀୟ ପଦକ୍ଷେପ, ଆରମ୍ଭ ହେବ ପ୍ରିପେଡ ଅଟୋସେବା
Spread the love

ପୁରୀରେ ଚାଲୁଥିବା ଅଟୋସେବାକୁ ଶୃଙ୍ଖଳିତ କରିବା ଲାଗି ନିଆଯାଇଛି ଉଚ୍ଚସ୍ତରୀୟ ପଦକ୍ଷେପ । ଏଥିପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଭାବେ ପ୍ରିପେଡ ଅଟୋସେବା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଡିସେମ୍ବର ୭ରୁ ଏହି ସେବା ଆରମ୍ଭ ହେବ ।

ଜିଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଅଟୋ, ଟାକ୍ସି ସଙ୍ଘଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ କରାଯାଇଛି। ଏଥିରେ ପ୍ରିପେଡ ଅଟୋସେବା ଆରମ୍ଭ ସହ ଅଟୋ, ଟାକ୍ସି ସଙ୍ଘ ପକ୍ଷରୁ ଡ୍ରୋସ କୋଡ ବା ଜ୍ୟାକେଟ କରାଯିବା ପାଇଁ ସଙ୍ଘମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପୁରୀ ରେଳଷ୍ଟେସନରୁ ଆରମ୍ଭ ହେବ । ପରେ ସହରର ଅନ୍ୟ ୫ଟି ସ୍ଥାନରେ ଏହି ସେବା ଉପଲବ୍ଧ ହେବ । ପୂର୍ବରୁ ୨୦୧୪ରେ ଆରମ୍ଭ ହୋଇଥିବା ପ୍ରିପେଡ ଅଟୋ ସେବାରେ ଦୁର୍ନୀତି ଯୋଗୁଁ ଏହାକୁ ବନ୍ଦ କରାଯାଇଥିଲା ।

ପର୍ଯ୍ୟଟକଙ୍କ ସୁବିଧା ପାଇଁ କେଉଁଠି କୁ ଯାତ୍ରା କଲେ କେତେ ଟଙ୍କା ଦେବାକୁ ପଡିବ ତାହାର ରେଟ ଚାର୍ଟକୁ ମଧ୍ୟ ପ୍ରିପେଡ କାଉଣ୍ଟର ଓ ଟାକ୍ସି ସଙ୍ଘ ସମ୍ମୁଖରେ ରଖିବେ ବୋଲି ଟାକ୍ସି ସଙ୍ଘ ସହ ଆଲୋଚନା କରିଛନ୍ତି ଜିଲାପାଳ ।

ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ଭଳି ଅଟୋ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ସହରରେ ଶୃଙ୍ଖଳିତ ଅଟୋ ସେବା ପାଇଁ ପୂର୍ବରୁ ୨୦୧୪ରେ ଆରମ୍ଭ ହୋଇଥିବା ପ୍ରିପେଡ ଅଟୋ ସେବା । ହେଲେ ତାହା ସଫଳତାର ଚାଲିପାରିନଥିବା ଓ ଦୁର୍ନୀତି ଯୋଗୁଁ ଏହାକୁ ବନ୍ଦ କରାଯାଇଥିଲା । ଏବେ ପୁଣିଥରେ ଏହା ସଫଳତା ପାଇବ କି ନାହିଂ ସେଥିପାଇଁ ସନ୍ଦେହ ପ୍ରକାଶ ପାଉଛି । ଦେଖାଯାଉ କଣ ହଉଛି । 

 

ପ୍ରିପେଡ ଅଟୋସେବା

ପଢନ୍ତୁ, ବରଗଡ଼ ଧନୁଯାତ୍ରାର କଂସ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ହେଲା, ଯାଣନ୍ତୁ କିଏ ପାଇଲେ ଏ ପଦବୀ

No comments so far.

Be first to leave comment below.

Your email address will not be published. Required fields are marked *