EnewsOdia.Com

ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର

ମାତ୍ର ୨୦ ଟଙ୍କା ଦେଇ ଗରିବ ଶ୍ରେଣୀର ଗ୍ରାହକ କରିପାରିବେ ରିଚାର୍ଜ

 

ଦେଶର ପ୍ରତିଟି ଘରେ ବିଜୁଳୀ ସଂଯୋଗ ଉପଲବ୍ଧ କରାଇବା ପରେ ସରକାରଙ୍କ ଆଗାମୀ ଲକ୍ଷ୍ୟ ପ୍ରତିଘରକୁ ୨୪ ଘଣ୍ଟା ବିଜୁଳୀ ସୁବିଧା ଯୋଗାଇଦେବା ରହିଛି । କୃଷକମାନେ ସିଞ୍ଚନରେ ବ୍ୟବହୃତ ହେଉଥିବା ପମ୍ପ୍ ପାଇଁ ଭିନ୍ନ ଫିଡର ପ୍ରସ୍ତୁତ କରାଯିବ । ତେବେ ଏଭଳି ବ୍ୟବସ୍ଥା ଗୁଜୁରାଟରେ ପୂର୍ବରୁ ରହିଛି । ସବୁ ରାଜ୍ୟକୁ ଏଥିପାଇଁ ପୁଞ୍ଜି କେନ୍ଦ୍ର ଦେବ ଏବଂ ଏହି କାମକୁ ୩ ବର୍ଷ ଭିତରେ ପୂରଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ କୁହାଯାଇଛି । ବିଜୁଳୀ ମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି ଯେ , ୩ ବର୍ଷ ଭିତରେ ପ୍ରତିଘରେ ପ୍ରିପେଡ୍ ମିଟର ଲଗାଯିବ । ଯେଉଁଥିରେ ସବୁ ରାଜ୍ୟ ମଧ୍ୟ ଏକମତ ଅଛନ୍ତି । ଅନେକ ରାଜ୍ୟ ଏକବର୍ଷ ମଧ୍ୟରେ ହିଁ ଏହିକାମକୁ ସମ୍ପୁର୍ଣ୍ଣ କରିବାକୁ ଚାହୁଁଛନ୍ତି ।

ଏହି ଯୋଜନା ମାଧ୍ୟମରେ  ଗରିବ ଶ୍ରେଣୀର ଗ୍ରାହକ ୨୦ ଟଙ୍କା ବିଜୁଳୀ ରିଚାର୍ଜ କରିବାର ସୁବିଧା ପାଇପାରିବେ । ଏଥିରେ ଡିସକମ୍ ଅଫିସକୁ ମଧ୍ୟ ଆଡଭାନ୍ସରେ ଟଙ୍କା ମିଳିଯିବ । ଏବେ ପର୍ଯ୍ୟନ୍ତ ବିଜୁଳୀ ବିଲ୍ ପ୍ରସ୍ତୁତ କରିବା ପାଇଁ ମିଟର ରିଡର୍ ରଖିବାକୁ ପଡୁଥିଲା । ଏହାକୁ ଡିସକନେକ୍ଟ କରିବା ପାଇଁ ମଧ୍ୟ କର୍ମଚାରୀଙ୍କୁ ରଖିବାକୁ ପଡୁଥିଲା । କିନ୍ତୁ ପ୍ରିପେଡ୍ ମିଟର ଲଗାଇବା ପରେ ଏଥିରୁ ଆରାମ୍ ମିଳିବ ।

ପଢନ୍ତୁ: ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

ସମ୍ବନ୍ଧିତ ଖବର

ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

Ratnamani Maharana

ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା

Ratnamani Maharana

ପ୍ରମିଜ୍‌ ଡେ’ରେ ଛେଚା ଖାଇଲେ ପ୍ରେମୀ ଯୁଗଳ

Ratnamani Maharana

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ପ୍ରତାପ ଷଢଙ୍ଗୀ

Ratnamani Maharana

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

Ratnamani Maharana

କୋଚିରେ ବେଆଇନ କୋଠା ଭଙ୍ଗାହେବାପରେ ଏବେ ଭୁବନେଶ୍ୱର ଚିନ୍ତା

Ratnamani Maharana