EnewsOdia.Com

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ‘କେମ୍ ଛୋ, ଟ୍ରମ୍ପ’

ଫେବୃଆରୀ ୨୪-୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ଫ ଭାରତ ଗ୍ରସ୍ତରେ ଆସୁଛନ୍ତି । ଏଥିପାଇଁ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଆଗମନରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଖୁସି ବୋଲି ସେ ନିଜେ ଟ୍ୱିଟ୍ କରିଛନ୍ତି । ଏଥି ସହିତ ଟ୍ରମ୍ଫଙ୍କୁ ଭାରତରେ ନିଆରା ଓ ଭବ୍ୟ ସ୍ୱାଗତ କରାଯିବ ବୋଲି କହିଛନ୍ତି । ମୋଦି ଆମେରିକା ଯାଇଥିବା ବେଳେ ହଷ୍ଟନର ଟେକ୍ସାସରେ ଆମେରିକା ସରକାରଙ୍କ ପକ୍ଷରୁ ‘ହାଓ୍ୱଡି ମୋଦି’ ନାମରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ଏବେ ଟ୍ରମ୍ପଙ୍କ ଗସ୍ତକୁ ଲକ୍ଷ୍ୟରେ ରଖି ଗୁଜରାଟ ସରକାର ମଧ୍ୟ ‘କେମଛୋ ଟ୍ରମ୍ପ’ ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଗୁଜରାଟୀ ଭାଷାରେ ‘କେମଛୋ ଟ୍ରମ୍ପ’ର ଅର୍ଥ କେମିତି ଅଛନ୍ତି ଟ୍ରମ୍ପ। ସେହିପରି ‘ହାଓ୍ୱଡି ମୋଦି’ର ଅର୍ଥ କେମିତି ଅଛନ୍ତି ମୋଦି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ନେଇ ବେଶ୍‌ ଉତ୍ସାହ ଦେଖାଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ, ଅହମଦାବାଦ୍‌ ବିମାନବନ୍ଦରରୁ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ତାଙ୍କୁ ୫-୭ ନିୟୁତ ଲୋକ ସ୍ବାଗତ କରିବେ ବୋଲି ତାଙ୍କୁ ସୂଚନା ମିଳିଛି। ଭାରତ ଗସ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସେ ଗତ ସପ୍ତାହାନ୍ତରେ ମୋଦୀଙ୍କ ସହ କଥା ହୋଇଥିବା କହିଛନ୍ତି।

ପଢନ୍ତୁ: ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

ସମ୍ବନ୍ଧିତ ଖବର

ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

Ratnamani Maharana

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana

ଆଜି ବି ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ କମିଶନରଙ୍କ ସହ ବିଏମସି କର୍ମଚାରୀ

Ratnamani Maharana

ଭାରତରେ ନାରୀ ହିଂସାରେ ଆଗୁଆ ଓଡ଼ିଶା

Ratnamani Maharana

ବିଜେପିରେ ଯୋଗ ଦେଲେ ଜଙ୍ଗଲ ଦସ୍ୟୁ ବିରପ୍ପାନଙ୍କ ଝିଅ ବିଦ୍ୟାରାଣୀ

Ratnamani Maharana

ଦୁଇ ଦିନ ପରେ ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିର ପାଇଁ ବ୍ୟାପକ ପ୍ରସ୍ତୁତି

Ratnamani Maharana