27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ରାଷ୍ଟ୍ରପତିଙ୍କ ମଞ୍ଜୁରିପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ

ବହୁ ପ୍ରତିକ୍ଷିତ ଓ ବହୁ ବିବାଦିତ ନାଗରିକତା ସଂଶୋଧନ ବିଧେୟକ ୨୦୧୯ ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତି ଏହି ବିଧେୟକଙ୍କୁ ସ୍ୱୀକୃତି ଦେଇଛନ୍ତି। ଏବେ ଏହା ଆଇନରେ ପରିଣତ ହେବାକୁ ସବୁ ପ୍ରତିବନ୍ଧକ ଦୂର ହୋଇଛି।ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ପରେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ ହୋଇଥିଲା।ସେପଟେ ଏହାକୁ ନେଇ ଜାରି ରହିଥିବା ହିଂସା ଥମିବାର ନା ଧରୁନାହିଁ। ଆସାମ ସମେତ ଦେଶର ଉତ୍ତର-ପୂର୍ବାଞ୍ଚଳ ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା ଓ ହିଂସାକାଣ୍ଡ ଏବେ ବି ଜାରି ରହିଛି। ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା ସହ ଜୁଝୁଥିବା ଆସାମରେ ସ୍ଥିତି ଅଧିକ ଜଟିଳ ରହିଛି। ଗୌହାଟୀ, ଦିବ୍ରୁଗଡ଼ ଓ ଜୋରହାଟ ଅଞ୍ଚଳରେ ବ୍ୟାପକ ହିଂସା ଘଟିଛି। ପୁଲିସ୍‌ ଗୁଳିରେ ୩ ବି‍କ୍ଷୋଭକାରୀଙ୍କ ପ୍ରାଣ ଯାଇଛି।

ନାଗରିକତା (ସଂଶୋଧନ) ଆଇନ-୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ଆଇନ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ପଢନ୍ତୁ: ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ

Related posts

ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Ratnamani Maharana

ଏକ୍ସଟ୍ରା ମାରିଟିଆଲ ଆଫାୟର୍ସକୁ ନେଇ ବଢୁଛି ଭୁବନେଶ୍ୱରିଆଙ୍କ ଆଗ୍ରହ

Ratnamani Maharana

ପ୍ରଖ୍ୟାତ ବଙ୍ଗଳା ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More