• Home
  • News
  • ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ!
News

ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ!

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିନ୍ତି । ଦିନ ୧୦ଟା ୪୫ରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅର୍ନର ଦିଆଯାଇଥିଲା । ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ଏସ୍‌.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ ମହାନିର୍ଦ୍ଦେଶକ ଡା. ଆର ପି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି।

ବିମାନବନ୍ଦରରୁ ରାଷ୍ଟ୍ରପତି ସଡ଼କ ପଥରେ ସିଧାସଳଖ କଟକ ଯାଇ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ୧୧ଟା ୪୫ରେ ଓଡିଆ ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ଯିବେ । ସେଠାରେ ସେ ୧୨ଟା ୧୦ ଯାଏଁ ରହିବେ । ସେଠାରୁ ଆନନ୍ଦ ଭବନ ଯାଇ, ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । କଟକ ତୁଳସୀପୁର ଅଂଚଳରେ ଥିବା ଆନନ୍ଦ ଭବନକୁ ନିର୍ମାଣ କରିଥିଲେ ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ହେଲେ ଏବେ ଯେଉଁ ଆନନ୍ଦ ଭବନ କୋଠା ରହିଛି ତାହା ୧୯୩୧ ମସିହାରେ ନିର୍ମିତ ହୋଇଥିଲା । ଏହି ଆନନ୍ଦ ଭବନ ଆଗାମୀ ପୀଢି ପାଇଁ ଏବେ ଏକ ଦର୍ଶନୀୟ ଓ ସ୍ମୃତି ପୀଠ ହେବାକୁ ଯାଉଛି । ବର୍ତମାନ ଆନନ୍ଦଭବନର ୪ଟି ବଖରାକୁ ଲୋକଙ୍କ ପରିଦର୍ଶନ ପାଇଁ ପ୍ରସ୍ତୁତ କରାଯାଇଛି।

ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦଙ୍କର ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ । ଆଜି ଓ ଆସନ୍ତାକାଲି ଦୁଇ ଦିନ ରାଷ୍ଟ୍ରପତି ଓଡ଼ିଶାରେ ରହିବେ । ଏହା ସହିତ ବିଭିନ୍ନ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।

ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ! president

ପଢନ୍ତୁ;

ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ରଙ୍କ ନୋଟିସ: ରସଗୋଲାର ଜିଆଇ ମାନ୍ୟତା ପ୍ରତ୍ୟାହାର କରାଯିବନି କାହିଁକି?

Related posts

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

Krishna Kumar Manoj

ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କ ଦେହାନ୍ତ, ଅନ୍ତିମ ସଂସ୍କାରରେ ସାମିଲ ହୋଇପାରନ୍ତି ଲାଲୁ

Krishna Kumar Manoj

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା :ନ୍ୟାୟ ନ ପାଇ ଜୀବନ ହାରିଲେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More