EnewsOdia.Com

ବିନୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ବିନୟ ଫାଶୀ ପାଇବା ନିଶ୍ଚିତ ହୋଇଛି।  ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଶନିବାର ଫାଶୀ ପାଇବାର ଥିଲା। କିନ୍ତୁ ଆଇନର ଫାନ୍ଦରେ ଏହା ପୁଣି ଛନ୍ଦି ହୋଇଯିବାରୁ ଫେବ୍ରୁଆରି ପହିଲା ପାଇଁ ଜାରି ହୋଇଥିବା ୪ ଜଣଙ୍କ ଡେଥ୍‌ ୱାରେଣ୍ଟ ଉପରେ ଅଦାଲତ ରହିତାଦେଶ ଲଗାଇଛନ୍ତି। ତେବେ ପରବର୍ତ୍ତୀ କେଉଁ ତାରିଖରେ ଫାଶୀ ଦିଆଯିବ ତାହା ସ୍ପଷ୍ଟ କରିନାହାନ୍ତି।

ସୂଚନାଯୋଗ୍ୟ, ଶନିବାର ଅର୍ଥାତ ଫେବୃୟାରୀ ୧ରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ପୂର୍ବରୁ ପଟିୟାଲା ହାଉସ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। କିନ୍ତୁ ଗତ ଶୁକ୍ରବାର କୋର୍ଟ ତାହାକୁ ରଦ୍ଦ କରିଦେଇଥିଲେ। ଫଳରେ ଶନିବାର ହେବାକୁ ଥିବା ଫାଶୀକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ତିହାର ଜେଲ୍‌ କର୍ତ୍ତୃପକ୍ଷ ବିନୟକୁ ଛାଡ଼ି ଅନ୍ୟ ୩ ଦୋଷୀ ମୁକେଶ, ପୱନ ଏବଂ ଅକ୍ଷୟକୁ ଶନିବାର ଫାଶୀ ଦେବାକୁ କୋର୍ଟଙ୍କଠାରୁ ଅନୁମତି ଲୋଡ଼ିଥିଲେ। କିନ୍ତୁ କୋର୍ଟଙ୍କଠାରୁ ଅନୁମତି ମିଳି ନ ଥିଲା।

ପଢନ୍ତୁ: ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ରାସ୍ତାରୁ ଗାଈ ଧରାପଡ଼ିଲେ ୫ ହଜାର ଫାଇନ୍‌

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିର ନୀଳଚକ୍ର ବାନାରେ ଲାଗିଲା ନିଆଁ

Ratnamani Maharana

ପ୍ରମିଜ୍‌ ଡେ’ରେ ଛେଚା ଖାଇଲେ ପ୍ରେମୀ ଯୁଗଳ

Ratnamani Maharana

ଜାପାନରେ ‘ହଗିବିସ୍’ର ତାଣ୍ଡବ

Ratnamani Maharana

ଆତ୍ମହତ୍ୟା କଲେ ଅଭିନେତା କୁଶଲ

Ratnamani Maharana

କନ୍ଧମାଳରେ ପହିଲି ଶୀତର ପରଶ, ଦାରିଙ୍ଗବାଡ଼ି ଚଳଚଞ୍ଚଳ

Ratnamani Maharana

ଓୟୁଏଟିରେ 5-T ସଚିବ ଭି.କେ ପାଣ୍ଡିୟାନ

Ratnamani Maharana