Loading...

ରାଷ୍ଟ୍ରପତିଙ୍କ ସ୍ଵାଗତ ଅପେକ୍ଷାରେ ୟୁନିଟ ୨ ସ୍କୁଲ

ରାଷ୍ଟ୍ରପତିଙ୍କ ସ୍ଵାଗତ ଅପେକ୍ଷାରେ ୟୁନିଟ ୨ ସ୍କୁଲ

ଭୁବନେଶ୍ବର ୟୁନିଟ 2 ବାଳିକା ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ ରାଷ୍ଟ୍ରପତିଙ୍କ ଆସିବା ନେଇ ସଜେଇ ହୋଇଛି । ରାଷ୍ଟ୍ରପତି ମୁର୍ମୁ 1970 ମସିହାରୁ 1974 ଯାଏଁ ଏଠାରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ସେହି ହଷ୍ଟେଲରେ ରହୁଥିଲେ ।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଡାମ୍ ପ୍ରେସିଡେଣ୍ଟଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ଭୁବନେଶ୍ବରର ୟୁନିଟ-୨ ସ୍କୁଲ । ଆଜି ରାଷ୍ଟ୍ରପତି ଭୁବନେଶ୍ବର ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(Unit-2 girls high school) ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ । ଏହି ଅବସରରେ ସେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ। ଏହାସହିତ ମହାମହିମ ଭୁବନେଶ୍ବରରେ ଥିବା ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।ଭୁବନେଶ୍ବର ୟୁନିଟ 2 ବାଳିକା ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ ରାଷ୍ଟ୍ରପତିଙ୍କ ଆସିବା ନେଇ ସଜେଇ ହୋଇଛି । ରାଷ୍ଟ୍ରପତି ମୁର୍ମୁ 1970 ମସିହାରୁ 1974 ଯାଏଁ ଏଠାରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ସେହି ହଷ୍ଟେଲରେ ରହୁଥିଲେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.