News

ପ୍ରଥମ ପର୍ଯ୍ୟାୟରେ ୪୭ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

padma

ପ୍ରଭୁଦେବା ,ଶଙ୍କର ମହାଦେବନଙ୍କୁ ପଦ୍ମ ପୁରସ୍କାର

ଗତକାଲି ରାଷ୍ଟ୍ରପତି ଭାବନରେ ଦେଶର ୪୭ ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅଭିନେତା ମୋହନଲାଲ, ସର୍ଦ୍ଦା ସୁଖଦେବ ସିଂହ ଏବଂ ହୁକୁମଦେବ ନାରାୟଣ ଯାଦବଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । କ୍ରିଡା ପାଇଁ ଟେନିସ୍‌ ଖେଳାଳି ଶରଥ କମଲ, ଗ୍ରାଣ୍ଡ ମାଷ୍ଟର ହରିକା ଡ୍ରୋନାଭାଲି, ବଜରଙ୍ଗ ପୁନିଆ, ଭାରତୀୟ କବାଡି ଟିମ୍‌ର ଅଧିନାୟକ ଅଜୟ ଠାକୁର ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି ।

ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୂ ଦେବା, ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍‌ ଓ ପୂର୍ବତନ ବୈଦେଶିକ ସଚିବ ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ସୂଚନାଯୋଗ୍ୟ,ଗତ ସାଧାରଣତନ୍ତ୍ର ଦିବସରେ ୧୧୨ ଜଣଙ୍କ ନାମ ବିଭିନ୍ନ ବର୍ଗର ପଦ୍ମ ସମ୍ମାନ ପାଇଁ ମନୋନୀତ ହୋଇଥିବା ଘୋଷଣା କରାଯାଇଥିଲା। ଆସନ୍ତା ୧୬ ତାରିଖରେ ଅନ୍ୟମାନଙ୍କୁ ପୁରସ୍କୃତ କରାଯିବ ବୋଲି ଗୃହ ମନ୍ତ୍ରାଳୟ ସୁତ୍ରରୁ ଜଣାପଡ଼ିଛି।

ପଢନ୍ତୁ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କସ୍ତୁରୀ କବାବ୍’

Related posts

ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ବସ୍‌ ଦୁର୍ଘଟଣା ! ୧୩ ଜଣଙ୍କ ମୃତ , ୩ ଗୁରୁତର

ENO Beuro

ବିନା ସୁଧରେ ମହାରାଷ୍ଟ୍ରକୁ ୫୦୦ କୋଟି ଋଣ ଦେଲା ଶିରିଡ଼ି ଟ୍ରଷ୍ଟ

ENO Beuro

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Leave a Comment