News

ରାଷ୍ଟ୍ରପତିଙ୍କ ଏକକାଳୀନ ନିର୍ବାଚନ ସପକ୍ଷରେ ମତବ୍ୟକ୍ତ

ସୋମବାର ଠାରୁ ଆରମ୍ଭ ହୋଇଥିବା ସଂସଦର ବଜେଟ ଅଧିବେଶନ ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଗୃହର ସଦସ୍ୟମାନଙ୍କ ଆଗରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି। ଏଥିରେ ବିଜେପି ନେତୃତ୍ୱାଧୀନ ଗାଣତନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ସରକାରର ବିଭିନ୍ନ ସଫଳତାର ଉପଲବ୍ଧି ସମ୍ପର୍କରେ ସୂଚନା ଦେବା ସହ ୨୦୧୮ ମସିହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ଚଳିତ ବର୍ଷ ହିଁ ତାଙ୍କ ସରକାରର ‘ନବ ଭାରତ’ ସ୍ୱପ୍ନ ସାକାର ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ସେହିପରି ସଂଖ୍ୟାଲଘୁମାନଙ୍କୁ ତୁଷ୍ଟୀକରଣ ନୁହେଁ, ସେମାନଙ୍କୁ ସଶକ୍ତୀକରଣ କରିବା ହିଁ ସରକାରଙ୍କ ମନ୍ତ୍ର। ଏ ପରିପ୍ରେକ୍ଷୀରେ ମୁସ୍‌ଲିମ୍‌ ମହିଳାମାନେ ଆତ୍ମମର୍ଯ୍ୟାଦାର ସହ କାଳ କାଟିବା ପାଇଁ ସଂସଦରେ ‘ତିନି ତଲାକ୍‌’ ବିଲ୍‌ ପାରିତ ହୋଇଯିବ ବୋଲି ମଧ୍ୟ ସେ ଆଶା ରଖିଛନ୍ତି। ଅପରପକ୍ଷେ, ଦେଶରେ ସାଧାରଣ ନିର୍ବାଚନ ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକ ସମୟରେ କରାଇବା ଉପରେ ମଧ୍ୟ ଶ୍ରୀ କୋବିନ୍ଦ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଆଗୁଆ ସାଧାରଣ ନିର୍ବାଚନ ଓ ୧୦ରୁ ଅଧିକ ରାଜ୍ୟର ବିଧାନସଭା ନିର୍ବାଚନକୁ ଏକ ସମୟରେ କରିବା ପାଇଁ ମୋଦି ସରକାର ଚଳାଇଥିବା ଯୋଜନା ଫଳବତୀ ହେବ ବୋଲି ଚର୍ଚ୍ଚା ହେଉଛି।

ମିଳିତ ଅଧିବେଶନରେ ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କର ଏହା ଥିଲା ପ୍ରଥମ ସମ୍ବୋଧନ।

ସେ କହିଛନ୍ତି, ଦେଶରେ ବର୍ଷ ସାରା କେଉଁଠି ନା କେଉଁଠି ନିର୍ବାଚନ ହେଉଛି। ଏଥିଯୋଗୁ ବିପୁଳ ଅର୍ଥ ବ୍ୟୟ ହେଉଥିବାରୁ ଭାରତର ଅର୍ଥନୀତି ଓ ବିକାଶ ଉପରେ ନକାରାମତ୍କ ପ୍ରଭାବ ପଡ଼ୁଛି। ଲଗାତର ନିର୍ବାଚନ କେବଳ ମାନବ ସମ୍ବଳ ପାଇଁ ବୋଝ ନୁହେଁ, ବରଂ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଫଳରେ ବିକାଶର ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହେଉଛି।

ଏହି ପ୍ରସଙ୍ଗରେ ସହମତି ପାଇଁ ସବୁ ରାଜନୈତିକ ଦଳ ନିରନ୍ତର ବିତର୍କରେ ସାମିଲ ହୁଅନ୍ତୁ ବୋଲି ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି। ‘ଗୋଟିଏ ଦେଶ ଗୋଟିଏ ଭୋଟ’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ ଜାରି ରଖିଥିବାବେଳେ ଏଥିପାଇଁ ପ୍ରସ୍ତୁତ ହେବା ସମୟସାପେକ୍ଷ ବୋଲି ନିକଟରେ ନବ ନିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓମ୍‌ପ୍ରକାଶ ରାଓ୍ବତ୍‌ କହିଥିଲେ। ଦେଶରେ ଏକାଥରକେ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ କରାଗଲେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଏବଂ ଭୋଟର୍ସ ଭେରିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ୍‌ (ଭିଭିପିଏଟି) ମେଶିନ୍‌ କିଣା ବାବଦକୁ ୯,୨୮୪.୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ୨୦୧୬ରେ ନିର୍ବାଚନ କମିଶନ (ଇସି) କହିଥିଲେ। ଏଭଳି ସମୟରେ ରାଷ୍ଟ୍ରପତି ମଧ୍ୟ ଏକକାଳୀଳ ନିର୍ବାଚନ ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ବକ୍ତବ୍ୟ ପରେ ଏକକାଳୀନ ନିର୍ବାଚନକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି।

ରାଷ୍ଟ୍ରପତିଙ୍କ ଏକକାଳୀନ ନିର୍ବାଚନ ସପକ୍ଷରେ ମତବ୍ୟକ୍ତ president

ପଢନ୍ତୁ ;

କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା

Related posts

ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲା:୨ ଜଣ ଦୋଷୀ ସାବ୍ୟସ୍ତ

ENO Beuro

୨୪ ଘଣ୍ଟା ମଧ୍ୟରେ କୁଆପଥର ମାଡ ସହ ଝଡ଼ ବର୍ଷା ସମ୍ଭାବନା : ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ENO Beuro

ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More