News

ୟାଙ୍ଗନଠାରେ ଭାରତୀୟ ଉଦ୍ୟୋଗ ପ୍ରଦର୍ଶନୀ ଉଦଘାଟନ କଲେ ରାଷ୍ଟ୍ରପତି

president

ବାହାଦୁର ଶାହ ଜାଫରଙ୍କ କବରଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଡ଼ିସେମ୍ବର 13, 2018ରେ ୟାଙ୍ଗନଠାରେ ପଞ୍ଚମ ଭାରତୀୟ ଉଦ୍ୟୋଗ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଲେ ଯେ ମିଆଁମାର ଓ ଭାରତ ପରସ୍ପର ସହ ବାଣିଜ୍ୟ ଓ ନିବେଶ ସହଭାଗୀତା ଦୃଷ୍ଟିରୁ ଦୀର୍ଘ ଦିନରୁ ପରସ୍ପରର ଘନିଷ୍ଠ ସହଯୋଗୀ ହୋଇ ରହି ଆସିଛନ୍ତି । ତେବେ, ଏହି ବାଣିଜ୍ୟ କାରବାରକୁ ଅଧିକ ସଂପ୍ରସାରିତ କରିବାର ଏବେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ପରସ୍ପର ରାଷ୍ଟ୍ରରେ ପୁଞ୍ଜି ନିବେଶ କରିବାର ବ୍ୟାପକ କ୍ଷେତ୍ର ସୃଷ୍ଟି ହୋଇଛି ଯାହାକି ବିକାଶ ଓ ପ୍ରଗତିର ଧାରାକୁ ଆଗକୁ ଆଗେଇ ନେଇଯାଇ ପାରିବ । ୟାଙ୍ଗନଠାରେ ଉଦ୍ୟୋଗ ଭାରତ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବାରେ ନିଜର ସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି କହିଲେ ଯେ ଏହା ମାଧ୍ୟମରେ ଭାରତର ଶ୍ରେଷ୍ଠ ଉତ୍ପାଦ, ସେବା, ଅଭିନବତ୍ୱ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ କୌଶଳ ଏଠାକୁ ଅଣାଯାଇପାରିଛି । ଏହା ମାଧ୍ୟମରେ ମିଆଁମାରରେ ନୂଆ ନୂଆ ବ୍ୟବସାୟିକ ସହଯୋଗୀ, ଷ୍ଟାର୍ଟ ଅପ୍‌, ଇନକୁବେଟର ଏବଂ ଉପଭୋକ୍ତା ସୃଷ୍ଟି ହୋଇପାରିବେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଭାରତୀୟ ଶିଳ୍ପ ମହାସଂଘ ଏବଂ ମିଆଁମାରର ବାଣିଜ୍ୟ ମହାସଂଘକୁ ସାଧୁବାଦ ଜଣାଇଥିଲେ ।

ଐତିହାସିକ ଶ୍ରୀ କାଳୀ ମନ୍ଦିର କଲେ ପ୍ରଦର୍ଶନ

ପୂର୍ବରୁ ରାଷ୍ଟ୍ରପତି ତାଙ୍କର ଗସ୍ତକ୍ରମ ଅବସରରେ ୟାଙ୍ଗନ ଠାରେ ଥିବା ପ୍ରସିଦ୍ଧ ଶ୍ରୀ କାଳୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ମନ୍ଦିର 150 ବର୍ଷର ପ୍ରାଚୀନ ଏବଂ ଭାରତ ଓ ମିଆଁମାର ଲୋକମାନଙ୍କ ମଧ୍ୟରେ ଏକତାର ଏହା ଏକ ଅଭିନବ ପ୍ରତୀକ । ପରେ ରାଷ୍ଟ୍ରପତି ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ମଜାରାକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 1857 ମସିହାର ବିଦ୍ରୋହ ବେଳେ ବାହାଦୂର ଶାହ ଜାଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ମଜାରାଠାରେ ମହମବତୀ ଜଳାଇ ରାଷ୍ଟ୍ରପତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଏହି ମଜାରା ପରିଦର୍ଶନ କରିବାରେ ଶ୍ରୀ କୋବିନ୍ଦ ହେଉଛନ୍ତି ଭାରତର ଦ୍ୱିତୀୟ ରାଷ୍ଟ୍ରପତି । 2006 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡ଼କ୍ଟର ଏ ପି ଜେ ଅବଦୁଲ କାଲାମ ଏହି ମଜାରା ପରିଦର୍ଶନ କରିଥିଲେ ।

president

ରାଷ୍ଟ୍ରପତି ତାଙ୍କର ମ୍ୟାଁମାର ଗସ୍ତ କାର୍ଯ୍ୟକ୍ରମ ଶେଷ କରି ୟାଙ୍ଗନସ୍ଥିତ ଧମ୍ମା ଜ୍ୟୋତି ବିପାସନା ଧ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହା ଦୁଇ ଦେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ସଂପର୍କ ସ୍ଥାପନ କରିଛି । ବିପାସନା ଯୋଗ ପ୍ରାଚୀନ ଭାରତର ଏକ ପାରମ୍ପରିକ ଯୋଗ ପଦ୍ଧତି । ମିଆଁମାରର ସାଧୁସନ୍ଥମାନେ ଏହାକୁ ଅଭ୍ୟାସ ବଳରେ ସୁରକ୍ଷିତ ରଖିବା ଦିଗରେ ବେଶ୍‌ ଶ୍ରମ ସ୍ୱୀକାର କରିଆସିଛନ୍ତି । ମିଆଁମାରରୁ ଏହା ପୁନର୍ବାର ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବିଶ୍ୱାସ କରାଯାଏ ।

ପଢନ୍ତୁ;  ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ? ତେବେ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବ୍ୟବହାର କରନ୍ତୁ

Related posts

ମାଲିକ ପୁଅକୁ ହତ୍ୟା କରି ଫେରାର,କାନ୍ଥରେ ଲେଖିଲା,ମୁ ମାରିଛି

ENO Beuro

ଫିଲ୍ମ ନିର୍ମାତା ଦିଲ୍ଲୀପ ପଟ୍ଟନାୟକଙ୍କ ପରଲୋକ

ENO Beuro

ନ୍ୟୁଜିଲାଣ୍ଡ ମସିଜିଦ୍‌ ଗୁଳିକାଣ୍ଡରେ ଜଣେ ଭାରତୀୟ ମୃତ

ENO Beuro

Leave a Comment