News

ତାଜିକିସ୍ତାନରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ତିନିଦିନିଆ ତାଜିକିସ୍ତାନ ଗସ୍ତରେ ଆସି ଅକ୍ଟୋବର 7, 2018 ଅପରାହ୍ନରେ ତାଜିକିସ୍ତାନଠାରେ ପହଞ୍ଚିଛଥିଲେ। ପରେ ସନ୍ଧ୍ୟାରେ ରାଷ୍ଟ୍ରପତି ତାଙ୍କ ସମ୍ମାନାର୍ଥେ ତାଜିକିସ୍ତାନ ରାଜଧାନୀ ଦୁସାନବେ ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ସୋମନାଥ ଘୋଷଙ୍କ ଦ୍ୱାରା ଆୟୋଜିତ ଏକ ଭୋଜିସଭାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଥିଲେ।

kobind ରାଷ୍ଟ୍ରପତି ତାଜିକିସ୍ତାନରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ରାଷ୍ଟ୍ରପତି Ram Nath Kovind

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଭାରତ ସରକାରଙ୍କ କାର୍ଯ୍ୟପଦ୍ଧତିରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି ଏବଂ ଦରିଆପାରି ଭାରତୀୟ ସମୁଦାୟଙ୍କ ସହ ଯୋଡ଼ିହୋଇ ରହିବା ସକାଶେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଏବଂ ଏହାର ଡାୟାସ୍ପୋରା ମଧ୍ୟରେ ଏକ ଆବେଗିକ, ସାଂସ୍କୃତିକ, ଆର୍ଥିକ ତଥା ଆନୁଷ୍ଠାନିକ ସଂପର୍କ ରହିଛି । ଏହା ବିଗତ କିଛି ବର୍ଷ ମଧ୍ୟରେ ଦୃଢ଼ତର ହୋଇଛି । ବିଦେଶରେ ବସବାସ କରୁଥିବା ଡାୟାସ୍ପୋରାଙ୍କ ଆବଶ୍ୟକ ବେଳେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ସକାଶେ ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

“ଭାରତ ଓ ତାଜିକିସ୍ତାନର ବନ୍ଧୁ” ଶୀର୍ଷକ ଉପରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ନିର୍ଭର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ କହିଲେ ଯେ ତାଜିକିସ୍ତାନ ସହିତ ଭାରତର ଘନିଷ୍ଠ ସଂପର୍କ ଅବ୍ୟାହତ ରହିବ । ତାଜିକିସ୍ତାନର ଦକ୍ଷତା ବୃଦ୍ଧି ଏବଂ ବିକାଶରେ ଭାରତ ସଦାବେଳେ ସହଭାଗୀ ହେବ । ତାଜିକିସ୍ତାନର ଭାରତବିଦମାନଙ୍କ କାର୍ଯ୍ୟକୁ ଏହି ଅବସରରେ ରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଥିଲେ । ସେ ସ୍ମରଣ କରାଇ ଦେଇଥିଲେ ଯେ ତାଜିକିସ୍ତାନର ପ୍ରଖ୍ୟାତ ଇଣ୍ଡୋଲୋଜିଷ୍ଟ ପ୍ରଫେସର ହବିବୁଲ୍ଲୋ ରାଜାବୋଭଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରକୁ ତାଙ୍କର ବିଶେଷ ଅବଦାନକୁ ସ୍ୱୀକୃତି ପୂର୍ବକ ତାଙ୍କୁ ଏହି ସମ୍ମାନ ମିଳିଛି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ।

ପଢନ୍ତୁ;ଏସୀୟ ପାରା କ୍ରୀଡ଼ା:ସନ୍ଦିପ,ରାଜୁ ରକ୍ଷିତା,ସୂୟାଶଙ୍କୁ ସ୍ୱର୍ଣ୍ଣ

Related posts

କଳା ଶିଶୁକୁ ଗୋରା କରିବା ପାଇଁ ପଥରରେ ରଗଡିଲା ମା’

ENO Beuro

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ !

ENO Beuro

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More