News

ମହାରାଷ୍ଟ୍ରରେ ବିଶ୍ୱଶାନ୍ତି ଅହିଂସା ସମ୍ମେଳନକୁ ଉଦଘାଟନ କଲେ ରାଷ୍ଟ୍ରପତି

ram

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ  ଅକ୍ଟୋବର 22, 2018 ମହାରାଷ୍ଟ୍ର ଗସ୍ତରେ ଯାଇ ନାସିକର ମାଙ୍ଗି ଟୁଙ୍ଗିଠାରେ ଆୟୋଜିତ ବିଶ୍ୱଶାନ୍ତି ଅହିଂସା ସମ୍ମେଳନକୁ ଉଦଘାଟନ କରିଛନ୍ତି । ଏହି ସମ୍ମେଳନ ଭଗବାନ ଶ୍ରୀ ଋଷଭନାଥ 108 ଫୁଟ ବିଶାଳକାୟ ଦିଗମ୍ବର ଜୈନ ମୂର୍ତ୍ତି ନିର୍ମାଣ କମିଟି ପକ୍ଷରୁ ଆୟୋଜନ କରାଯାଇଛି ।

ram

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଜୈନ ପରମ୍ପରାରେ “ଅହିଂସା ପରମୋଧର୍ମ” ନୀତିକୁ ସଦାସର୍ବଦା ପ୍ରାଧାନ୍ୟ ଦିଆଯାଇଛି । ଏହା ମାନବ କଲ୍ୟାଣ ତଥା ମାନବୀୟ ଅନୁକମ୍ପା ଉପରେ ଆଧାରିତ । ପୁଣି ଅନୁକମ୍ପା କହିଲେ କେବଳ ଶାରୀରିକ ହିଂସାକୁ ତ୍ୟାଗ କରିବାକୁ ବୁଝାଇ ନଥାଏ । ଭଗବାନ ମହାବୀର “ଅପରିଗ୍ରହ” ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହାର ଅର୍ଥ ବଞ୍ଚିବା ପାଇଁ ଯାହା ମୌଳିକ ଆବଶ୍ୟକତା ତାହା ଠାରୁ କିଛି ହେଲେ ଅଧିକ ଗ୍ରହଣ ନକରିବା । ବର୍ତ୍ତମାନ କାଳରେ ମାନବ ସମାଜ ପ୍ରକୃତିକୁ ଯେଉଁଭଳି ଅଯାଚିତ ଭାବେ ଲୁଣ୍ଠନ କରିଚାଲିଛି ତାହାର ଅବତାରଣା କରି ରାଷ୍ଟ୍ରପତି କହିଲେ ଯେ ଏହା ଦ୍ୱାରା ପ୍ରକୃ୍‌ତିର ସନ୍ତୁଳନ ବ୍ୟାହତ ହେଉଛି । କେବଳ ଲୁଣ୍ଠନ ନୁହେଁ ମଣିଷ ତା’ର ସ୍ୱାର୍ଥ ସାଧନ ଲାଗି ଏଭଳି ସଂପଦର ଉପଭୋଗ କରିବା ସହ ସେସବୁକୁ ନିଜ ପାଖରେ ଗଚ୍ଛିତ ରଖୁଛି । ଏହା ପ୍ରକୃତିର ନିୟମର ବିରୁଦ୍ଧାଚରଣ ବୋଲି ଅବତାରଣା କରି ରାଷ୍ଟ୍ରପତି କହିଲେ ଯେ ଏହା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ମାନବ ସମାଜକୁ ନାନା ପ୍ରକାର ବିପଦର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଜୈନ ପରମ୍ପରା ଏବଂ ଜୀବନ ବଞ୍ଚିବା ପାଇଁ ମହାବୀର ଜୀନ ପ୍ରଦର୍ଶନ କରିଥିବା ମାର୍ଗ ହିଁ ଶ୍ରେଷ୍ଠ ମାର୍ଗ ବୋଲି ରାଷ୍ଟ୍ରପତି ମତ ପୋଷଣ କରିଥିଲେ ।

ପଢନ୍ତୁ; ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ କନ୍ୟା ପରିବାର

Related posts

ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

ENO Beuro

ଘାଇକୁ ଖସିଲା ବସ୍,୧୫ ମୃତ

ENO Beuro

ଓଲଟିଲା ୧୦୨, ମୃତ ସନ୍ତାନ ଜନ୍ମ କଲେ ପ୍ରସୂତି

ENO Beuro

Leave a Comment