Loading...

ଅସହାୟ ୟୁକ୍ରେନ ରାଷ୍ଟ୍ରପତି: ରୁଷ୍‌ର ସର୍ତ୍ତ ମାନିବାକୁ ପ୍ରସ୍ତୁତ, ନାଟୋରେ ମିଶିବାକୁ ଆଉ ଆଗ୍ରହ ନାହିଁ

ଅସହାୟ ୟୁକ୍ରେନ ରାଷ୍ଟ୍ରପତି: ରୁଷ୍‌ର ସର୍ତ୍ତ ମାନିବାକୁ ପ୍ରସ୍ତୁତ, ନାଟୋରେ ମିଶିବାକୁ ଆଉ ଆଗ୍ରହ ନାହିଁ

ୟୁକ୍ରେନ୍ ଯୁଦ୍ଧ ୧୩ ଦିନରେ ପହଞ୍ଚିଥିବା ବେଳେ ବିଶ୍ବର ମହାଶକ୍ତିଶାଳୀ ରୁଷ୍ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନ ଦେଖି ଶେଷରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବୁଝାମଣା କରିବାକୁ ରାଜି ହୋଇଛନ୍ତି।

ୟୁକ୍ରେନ୍ ଯୁଦ୍ଧ ୧୩ ଦିନରେ ପହଞ୍ଚିଥିବା ବେଳେ ବିଶ୍ବର ମହାଶକ୍ତିଶାଳୀ ରୁଷ୍ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନ ଦେଖି ଶେଷରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବୁଝାମଣା କରିବାକୁ ରାଜି ହୋଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ତାଙ୍କର ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ, ଯେଉଁଥିପାଇଁ ତାଙ୍କ ଦେଶକୁ ରୁଷ ଆକ୍ରମଣର ଶିକାର ହେବାକୁ ପଡ଼ିଲା। ଏହା ସହିତ ଯେଉଁ ଦୁଇଟି ରୁଷ୍-ସପକ୍ଷବାଦୀ ଏବଂ ୟୁକ୍ରେନ୍‌ର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ଫେବ୍ରୁଆରି ୨୪ରେ ୟୁକ୍ରେନ୍ ଆକ୍ରମଣ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଇଥିଲେ, ତାହାକୁ ମାନ୍ୟତା ଦେବା ପାଇଁ ମଧ୍ୟ ସେ ରାଜି ଅଛନ୍ତି।

 

ଏବିସି ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ ଜେଲେନ୍‌ସ୍କି କହିଲେ, ଆମେ ବୁଝିସାରିଲୁଣି ଯେ ନାଟୋ ୟୁକ୍ରେନ୍‌କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଆମେରିକା ନେତୃତ୍ତ୍ବାଧୀନ ମେଣ୍ଟ ବିବାଦରେ ପଶିବାକୁ ଓ ରୁଷିଆ ସହ ମୁହାଁମୁହିଁ ହେବାକୁ ଡରୁଛି। ୟୁକ୍ରେନ୍ ଆକ୍ରମଣର ଅବ୍ୟବହିତ ପୂର୍ବରୁ ପୁଟିନ ୟୁକ୍ରେନ୍‌ର ଦୁଇଟି ରୁଷ୍-ସପକ୍ଷବାଦୀ ଅଞ୍ଚଳ ଡୋନେସ୍କ ଓ ଲୁହାଂସ୍କକୁ ସ୍ବାଧୀନ ମାନ୍ୟତା ଦେଇଦେଲେ। ବର୍ତ୍ତମାନ ପୁଟିନ ଚାହୁଁଛନ୍ତି ୟୁକ୍ରେନ୍ ଉକ୍ତ ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରୁ। ଜେଲେନ୍‌ସ୍କି କହିଲେ ସେ କଥାବାର୍ତ୍ତା କରିବା ପାଇଁ ରାଜି ଅଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.