କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣା : ସ୍ଵାଧୀନତାର ୭୦ ବର୍ଷ ପରେ ଏଭଳି ଘଟଣାକୁ ନିନ୍ଦା କଲେ ରାଷ୍ଟ୍ରପତି

ଏଭଳି ଘଟଣା ଲଜ୍ଜାଜନକ

ଜାମ୍ମୁ-କାଶ୍ମୀରର କାଠୁଆରେ ଜେନ ୮ ବର୍ଷୀୟ ଝିଅକୁ ବଳାତ୍କାର ଏବଂ ହତ୍ୟା କରାଯିବା ଘଟଣାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାରେ ଦୃଢ ଭାବେ ନିନ୍ଦା କରିଛନ୍ତି । ମାତା ବୈଷ୍ଣବଦେବୀ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ଦିକ୍ଷାନ୍ତ କାର୍ଯ୍ୟକ୍ରମରେ ସେ ଏପରି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଏହା ଲଜ୍ଜାଜନକ ବୋଲି ଅବିହିତ କରିଛନ୍ତି । ରାଷ୍ଟ୍ରପତି ସେଠାରେ କହିଛନ୍ତି ଯେ , ସ୍ଵାଧୀନତାର ୭୦ ବର୍ଷ ପରେ ବି ଯଦି ଦେଶରେ କୌଣସି ସ୍ଥାନରେ ଏଭଳି ଘଟୁଛି ତା ‘ ହେଲେ ଏହା ଲଜ୍ଜାଜନକ ।

ରାଷ୍ଟ୍ରପତି କହିଛନ୍ତି ଯେ ଦେଶର କୌଣସି ମହିଳା ଓ ବାଳିକାଙ୍କ ପ୍ରତି ଏପରି ହିଂସା ଯେପରି ନଘଟିବ ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଦରକାର । ଏହା ଆମ ସମସ୍ତଙ୍କର ଏକ ସାମାଜିକ ଦାୟିତ୍ୱ । ଏ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ୍‍ । ପୀଡ଼ିତାକୁ ନ୍ୟାୟ ମିଳିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଳାତ୍କାର ଓ ମହିଳା ବିରୋଧୀ ହିଂସାରୁ ଦେଶକୁ ରକ୍ଷା କରିବାକୁ ହେଲେ ଆମ ସମସ୍ତଙ୍କୁ ଏକଜୁଟ୍‍ ହେବାକୁ ପଡିବ । ଏଥିପାଇଁ ଆମେ ଆମ ପିଲାମାନଙ୍କୁ ସାମାଜିକ ଓ ନୈତିକ ଶିକ୍ଷା ଦେବା ଦରକାର ।

ବୁଧବାର ଠାରୁ ରାଷ୍ଟ୍ରପତି ଦୁଇଦିନିଆ ଜାମ୍ମୁ ଗସ୍ତରେ ଯାଇଥିବାବେଳେ ଟେକ୍ନିକାଲ ଏୟାରପୋର୍ଟରେ ତାଙ୍କୁ ରାଜ୍ୟପାଳ ଏନଏନ ଭୋରା, ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ବାଚସ୍ପତି କବିନ୍ଦ୍ର ଗୁପ୍ତା, ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ ।

ପଢନ୍ତୁ ;

ଆପଣ ଗ୍ୟାଷ୍ଟିକ ସମସ୍ୟାରେ ଗତି କରୁଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ସ୍ଵତନ୍ତ୍ର ଉପାୟ!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More