POLITICALS

କାଶ୍ମୀରରେ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ ଅବଧି

Untitled 1

ଜାମ୍ମୁ ଓ କାଶ୍ମୀରକୁ ନେଇ ରାଜ୍ୟସଭାରେ ୨ଟି ବିଲ୍  ପାରିତ ହୋଇଛି ।ଗୋଟିଏ ହେଲା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ଏବଂ  କାଶ୍ମୀରରେ ରାଷ୍ଟ୍ରପତି ଶାସନ ବୃଦ୍ଧି ପ୍ରସ୍ତାବ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି ପାଇଁ ସୋମବାର ଆଗତ କରାଯାଇଥିଲା। ଏଥିସହିତ ଆସନ୍ତା ୩ ତାରିଖଠାରୁ ଲାଗୁ ହେଲେ ରାଷ୍ଟ୍ରପତି ଶାସନ ଅବଧିରେ ଆଉ ୬ ମାସ ବୃଦ୍ଧି ହେବ। ପୂର୍ବରୁ ଲୋକସଭାରେ ମଧ୍ୟ ଏହି ବିଲ୍‌ ପାରିତ ହୋଇଥିଲା । ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ଆରକ୍ଷଣ (ଆମେଣ୍ଡମେଣ୍ଟ) ବିଲ୍ ମଧ୍ୟ ପାରିତ ହୋଇଯାଇଛି। ଏହି ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କଶ୍ମୀରର ଏଲଓସି ଭଳି ଜମ୍ମୁ ପଟକୁ ଥିବା ଅନ୍ତର୍ଜାତୀୟ ସୀମାର ୧୦ କିଲୋମିଟର ପରିଧି ମଧ୍ୟରେ ଶିକ୍ଷାନୁଷ୍ଠାନ ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ଆରକ୍ଷଣ ଲାଗୁ ହେବ।

ଆଗାମୀ 6 ମାସ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ରହିବ । ଗୃହରେ ଉଭୟ ଶାସକ ଏବଂ ବିରୋଧୀ ନେତାମାନେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହି ନିୟମ ଚଳିତ ମାସ 3 ତାରିଖରୁ ଲାଗୁ ହେବ ବୋଲି ଗୃହରେ ସ୍ଥିର କରାଯାଇଛି । ସେହିପରି ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଥିବା ଶକ୍ତିଙ୍କୁ ମଧ୍ୟ ଉଚିତ୍ ଜବାବ ଦିଆଯିବ ବୋଲି କହିଥିଲେ ଅମିତ ଶାହା। ରାଜ୍ୟସଭାରେ କଂଗ୍ରେସ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ବିଜେଡି, ଟିଏମସି, ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକ ସମର୍ଥନ କରିଥିଲେ ।

ପଢନ୍ତୁ: ଜରୁରୀ ଅବତରଣ ସମୟରେ ରନ୍‌ଓ୍ୱେରୁ ଖସିଗଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Related posts

ପୁଣି ୧୫ ଟିକସ୍‌ ଅଧିକାରୀଙ୍କୁ ତଡିଲେ ମୋଦି

Ratnamani Moharana

କର୍ଣ୍ଣାଟକରେ ଆଜି ମତଦାନ!

ENO Beuro

କଣ ରାଜନୀତିରୁ ସନ୍ୟାସ ନେବେ ନବଜୋତ୍ ସିଂହ ସିଦ୍ଧୁ!

Ratnamani Moharana

Leave a Comment