News

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଜାମ୍ମୁ ଓ କାଶ୍ମୀରରେ ଗତକାଲିଠୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ସଂକ୍ରାନ୍ତ ଘୋଷଣାନାମାରେ ସ୍ଵାକ୍ଷର କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଜିଠାରୁ ୬ ମାସ ପାଇଁ ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ସମ୍ବିଧାନ ଲାଗୁ କରାଯାଇଥିବାରୁ ପ୍ରଥମ ୬ ମାସ ପାଇଁ ସେଠାରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଫଳରେ ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଆସିଛି।

president

ରାଜ୍ୟର ପ୍ରଶାସନିକ ମୁଖିଆ ରାଜ୍ୟପାଳ ହିଁ ରହିବେ । କେନ୍ଦ୍ର ସହମତିରେ ଦାୟିତ୍ବ ତୁଲାଇବେ ରାଜ୍ୟପାଳ । ଏହା ପୂର୍ବରୁ ଗତ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଗତ ଜୁନରେ ବିଜେପି ଠାରୁ ପିଡିପି ଅଲଗା ହେବା ପରେ ଏଠାରେ ସରକାର ଭାଙ୍ଗି ଯାଇଥିଲା । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଧାନସଭା ଭଙ୍ଗ କରିଥିଲେ । କୌଣସି ରାଜ୍ୟରେ ରାଜ୍ୟପାଳ ଶାସନ 6ମାସରୁ ଅଧିକ ସମୟ ଲାଗୁ ହୋଇ ପାରିବ ନାହିଁ ।

ପଢନ୍ତୁ;  ଅପରାଜିତାଙ୍କ ଭାଷଣ ଭିଡିଓ ଭାଇରାଲ: ଶୃଙ୍ଖଳା,ଅନୁଶାସନର ପାଠ ପଢାଇଲେ

Related posts

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ

ENO Beuro

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ENO Beuro

ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More