News

ସଂସଦରେ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ରକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

atal bihaari ji

ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ର ଆଜି ସଂସଦର କେନ୍ଦ୍ରୀୟ ହଲରେ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂସଦର ସେଣ୍ଟ୍ରାଲ ହଲରେ ସ୍ୱର୍ଗତ ବାଜପେୟୀଙ୍କ ଏହି ତୈଳଚିତ୍ରକୁ ଅନାବରଣ କରିବା ସହିତ ଏହି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଜଳି ଜଣାଇଛନ୍ତି।ତୈଳଚିତ୍ର ଉନ୍ମୋଚନ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ଦଳର ନେତାଗଣ ଉପସ୍ଥିତ ଥିଲେ।ବାଜପେୟୀ ଖୁବ ଲୋକପ୍ରିୟ ନେତା ଥିଲେ ଏବଂ କ୍ଷମତା ହାସଲ କରିବା ପାଇଁ ତାଙ୍କର କୌଣସି ଲାଳସା ନଥିଲା । ଏକବିଂଶ ଶତାବ୍ଦୀର ଭାରତ ତାଙ୍କର ସ୍ୱପ୍ନ ଥିଲା।

ଜନସଂଘରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ବାଜପେୟୀ ଦୁଇ ସଦସ୍ୟ ବିଶିଷ୍ଟ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ନେଇ ଦୀର୍ଘ ୪ ଦଶନ୍ଧୀ ପରେ ୨୦୦୦ ମସିହା ନିର୍ବାଚନରେ ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ କେନ୍ଦ୍ରରେ ସରକାର ଗଠନ କରିବା ସହିତ ଏହାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥଲେ। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ରାଷ୍ଟ୍ରପତି ନିଜ ସମ୍ବୋଧନରେ ତାଙ୍କ ବ୍ୟକ୍ତିତ୍ବର ଭୂୟସୀ ପ୍ରଶଂସା କରିଥିଲେ।

ପଢନ୍ତୁ:ଜାଣନ୍ତୁ ଆଜିର ରାଶିଫଳ

Related posts

ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ବାଲାକୋଟ କ୍ଷୟକ୍ଷତି ସମୀକ୍ଷା ବିବାଦ: ପ୍ରମାଣ ଦେଲା ବାୟୁସେନା

Ratnamani Moharana

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

ENO Beuro

Leave a Comment