EnewsOdia.Com

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

କାଶ୍ମୀର ଗସ୍ତରେ ଯାଇଥିବା ୟୁରୋପୀୟ ୟୁନିୟନର ସାଂସଦଙ୍କ ଦ୍ୱାରା ଆଜି ପ୍ରେସ କନଫରେନ୍ସ କରାଯାଇଛି । ଏହି ପ୍ରେସ କନଫରେନ୍ସରେ ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଛନ୍ତି ସାଂସଦ । ଏହି ଅପପ୍ରଚାରକାରୀମାନେ ଗଣମାଧରେ ୟୁରୋପୀୟ ପ୍ରତିନିଧିଙ୍କ ଗସ୍ତକୁ ନେଇ ଭୁଲ ସୁଚନା ଦେଇଥିବା ନେଇ ଏହି ପ୍ରତିନିଧିମଣ୍ଡଳୀ ପ୍ରେସ କନଫରେନ୍ସରେ କହିଛନ୍ତି । ପ୍ରତିନିଧିମଣ୍ଡଳୀ କହିଛନ୍ତି ଯେ ଆମ ଗସ୍ତକୁ ନେଇ ଭୁଲ ପ୍ରଚାର କରାଯାଉଛି ଆଉ ରାଜନୀତିକରଣ କରାଯାଉଛି ।ପ୍ରତିନିଧିମଣ୍ଡଳୀ କହିଛନ୍ତି ଯେ, ଆମେ ସେନାଙ୍କୁ ଆତଙ୍କବାଦୀଙ୍କ ସହ ଳଢିବାର କୌଶଳ ପଚାରିଥିଲୁ । ଆମ ଗସ୍ତକୁ ନେଇ ଭୁଲ ବିବାଦ ଆସୁଛି ।

ସାଂସଦ ଆହୁରି ମଧ୍ୟ କହିଛନ୍ତି 20 ବର୍ଷରୁ ଅଧିକ ଥର ଭାରତ ଆସିଛୁ । ପାକିସ୍ତାନର ଗସ୍ତରେ ମଧ୍ୟ ଯାଇସାରିଛୁ । ତେବେ କାଶ୍ମୀର ପ୍ରସଙ୍ଗରେ ସାଂସଦ କହିଛନ୍ତି ଯେ, କାଶ୍ମୀରବାସୀ ଶାନ୍ତି ଓ ବିକାଶ ଚାହୁଁଛନ୍ତି । ସେମାନେ ନେତାମାନଙ୍କ ଦ୍ୱାରା ନାଜୀବାଦୀ ହେବାକୁ ପସନ୍ଦ କରୁନାହାଁନ୍ତି ଏହାର କାଶ୍ମୀରବାସୀ ତିବ୍ର ବିରୋଧ କରୁଛନ୍ତି । ଏଥିସହିତ ଏହି ପ୍ରତିନିଧିମଣ୍ଡଳ ଆତଙ୍କବାଦୀ ଉପରେ ମଧ୍ୟ ବୟାନ ଦେଇ କହିଛନ୍ତି ଯେ, ଆତଙ୍କବାଦୀ ଏକ  ଅନ୍ତରାଷ୍ଟ୍ରୀୟ ସମସ୍ୟା । ଆତଙ୍କବାଦୀ କୌଣସି ବି ଦେଶକୁ ଧ୍ୱଂଶ କରିପାରେ,  ଏହା ଉପରେ ରୋକ୍‌ ଲଗାଇବା ଆବଶ୍ୟକ ବୋଲି ୟୁରୋପୀୟ ପ୍ରତିନିଧି ପ୍ରେସ କନଫରେନ୍ସରେ କହିଛନ୍ତି ।

ପଢନ୍ତୁ: ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

ସମ୍ବନ୍ଧିତ ଖବର

ଇମ୍ରାନଙ୍କ ଆସନ ଟଳମଳ, ଇସ୍ତଫା ଦାବିରେ ‘ଆଜାଦି ମାର୍ଚ୍ଚ’

Ratnamani Maharana

ଭାରତୀୟ ସୀମାରୁ ଉଦ୍ଧାର ହେଲା ଜିପିଏସ୍‌ ଲାଗିଥିବା ପାକିସ୍ତାନୀ ପକ୍ଷୀ

Ratnamani Maharana

ଦୁର୍ନୀତିରେ କର୍ଣ୍ଣାଟକା ଭାରତରେ ନଂ ୧

Ratnamani Maharana

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନବୀସ

Ratnamani Maharana

ଭୁବନେଶ୍ୱର ‘ଜନପଥ’କୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ଦାବି

Ratnamani Maharana

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

Ratnamani Maharana