Entertainment

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

‘ ବୁଲେଟ୍ ରାଜା ‘ ର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଦୁଇ ଲୋକପ୍ରିୟ ଅଭିନେତା

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଦୁଇ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ଓ ହର ରଥ । ତେବେ ପ୍ରଥମ କରି ଏ ଚିତ୍ରରେ ଜଣେ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପୂର୍ଣ ନିର୍ଦେଶକ ନିର୍ଦେଶନା ଦେଇଛନ୍ତି । ସେ ହେଉଛନ୍ତି ରାଜେଶ ଟଚ୍-ରିଭର । ଏହି ଦକ୍ଷିଣ ଭାରତୀୟ ନିର୍ଦେଶକଙ୍କ ତେଲୁଗୁ ଚିତ୍ର ‘ ନା ବାଙ୍ଗୁରୁ ଡାଲି ‘ ଦର୍ଶକଙ୍କୁ ଗଭୀର ମାତ୍ରାରେ ପ୍ରଭାବିତ କରିବା ସହ ଚର୍ଚ୍ଚିତ ଚିତ୍ର ଭାବେ ଏକାଧିକ ପୁରସ୍କାର ପାଇ ଏକ ମାଇଲ ଖୁଣ୍ଟ ସ୍ଥାପିତ କରିଛି ।

ଏହି ଚଳଚ୍ଚିତ୍ର ପାଇଁ ୧୫ଟି ଆନ୍ତର୍ଜାତୀୟ ପୁରସ୍କାର ୩ଟି ରାଷ୍ଟ୍ରୀୟ ପୁରସ୍କାର ଓ ୩ଟି ରାଜ୍ୟ ପୁରସ୍କାର ପାଇ ଅଛି । ‘ ୱିମ୍ବେଲଡନ କଲେଜ୍ ଅଫ୍ ଆର୍ଟ ‘ ଲଣ୍ଡନ ରୁ ନିର୍ଦେଶନା ରେ ତାଲିମ ପ୍ରାପ୍ତ ରାଜେଶ ବିବାଦୀୟ ଚିତ୍ର ‘ ଇନ୍ ଦି ନେମ୍ ଅଫ୍ ବୁଦ୍ଧ ‘ ନିର୍ମାଣ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ । ସେହିପରି ତେଲୁଗୁ ଚିତ୍ର ‘ ରକ୍ତମ ‘ ପାଇଁ ସେ ଆନ୍ତର୍ଜାତୀୟ ଓ ଜାତୀୟ ପୁରସ୍କାର ପାଇବା ଉଲେଖନିୟ ।

ଉଭୟ ତେଲୁଗୁ , ହିନ୍ଦୀ ଓ ହଲ୍ଲିଉଡ ଚିତ୍ର ରେ କାର୍ଯ୍ୟ କରିଥିବା ରାଜେଶ ମଞ୍ଚ ନାଟକ କ୍ଷେତ୍ର ରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି । ୩୫ ରୁ ଅଧିକ କ୍ଷୁଦ୍ର ଚିତ୍ର , ୭ ରୁ ଅଧିକ ଫିଚର ଫିଲ୍ମ ରେ ନିର୍ଦେଶନ ଦେଇଥିବା ରାଜେଶ ପ୍ରଥମ କରି ଓଡିଆ ଚିତ୍ର ଜଗତରେ ପାଦ ରଖିଛନ୍ତି । ‘ ରେଞ୍ଜ ରୟାଲ ସିନେ ଲ୍ୟାବ୍ ‘ ର ପ୍ରଯୋଜକ ଶ୍ରୀଧର ମାର୍ଥା କଥା ଦେଲି ମଥା ଛୁଇଁ , ଯୋଗୀ ପରେ ଏହି ନୂଆ ଚିତ୍ରରେ ତାଙ୍କୁ ସୁଯୋଗ ଦେଇଥିବା ବେଳେ ଚିତ୍ରଟିକୁ ନିଆରା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜେଶ । କେବଳ କାହାଣୀ କିମ୍ବା ସଙ୍ଗୀତ ଦୃଷ୍ଟିରୁ ନୁହେଁ , ଏହାକୁ ଅତ୍ୟାଧୁନିକ ବୈଷେଇକ କୌଶଳ ମାଧ୍ୟମରେ ଏକ ଭିନ୍ନ ଧରଣର ସୃଜନାତ୍ମକ ଚିତ୍ର ଭାବେ ଘଢି ତୋଳିବାକୁ ପ୍ରୟାସ କରୁଥିବା କହିଛନ୍ତି ସେ ।

ଏହି ଚିତ୍ର ରେ ଲୋକପ୍ରିୟ ସଙ୍ଗୀତକାର ପ୍ରେମ୍ ଆନନ୍ଦ ସ୍ଵର ସଂଯୋଜନା କରୁଥିବା ବେଳେ ଉପଦେଷ୍ଟା ଅଛନ୍ତି ବରିଷ୍ଠ ସିନେ ସମୀକ୍ଷକ ଦିଲିପ୍ ହାଲ୍ଲି । ଜଣେ ଲୋକପ୍ରିୟ ନାୟିକା ଏ ଚିତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକରେ ଅବତୀର୍ଣ୍ଣ ହେବେ । ଖୁବ୍ ଶୀଘ୍ର ଚିତ୍ରଟିର ସୁଟ୍ଟିଙ୍ଗ ଆରମ୍ଭ ହେବ ବୋଲି ପ୍ରଯୋଜକ ଶ୍ରୀଧର ମାର୍ଥା ସୂଚନା ଦେଇଛନ୍ତି ।

ପଢନ୍ତୁ ;

ତ୍ୱଚାରେ ସୁନ୍ଦରତା ବୃଦ୍ଧି କରିଥାଏ କେଶର! ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ

Related posts

ଆଗାମୀ କମେଡୀ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ “ଦେବ”

ENO Beuro

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

ENO Beuro

ଗଲି ବୟ ଫିଲ୍ମରେ ରଣବୀର ସିଂଙ୍କ ନୂଆ ଲୁକ

ENO Beuro

3 comments

Leave a Comment