Loading...

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୬୬୯ ପଞ୍ଚାୟତ ଏବଂ ୨୨ହଜାର ୩୭୯ ଓ୍ୱାର୍ଡରେ ହେବ ମତଦାନ ହେବ।

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ।  ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୬୬୯ ପଞ୍ଚାୟତ ଏବଂ ୨୨ହଜାର ୩୭୯ ଓ୍ୱାର୍ଡରେ ହେବ ମତଦାନ ହେବ। ମୋଟ୍ ୬୭ ଲକ୍ଷ ୫୧ ହଜାର ଭୋଟର ମତ ସାବ୍ୟସ୍ତ କରିବେ। ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ପଯର୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ଗତକାଲି ୧୧ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯାଇସାରିଥିବା ବେଳେ ଆଜି ୧୯ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯିବେ। ବିଭିନ୍ନ ବ୍ଲକ୍ ହେଡ୍‌କ୍ୱାର୍ଟର୍ସରୁ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବେ।

 

ରାଜ୍ୟ ନିର୍ବାଚନ କମିସନ ଆହୁରି କହିଛନ୍ତି, ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ। ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍ ଦେବେ। ମତଦାତାମାନେ ଭାରତର ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଦତ୍ତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ। ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ। ଏହି ସମୟରେ କୋଭିଡ କଟକଣା ମାନିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ରାଜ୍ୟ ନିର୍ବାଚନ କମିସନ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି।


 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.