LIFESTYLE

ଖରାଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଖରାଦିନେ ଘିମିରି ହେବା ସ୍ୱାଭାବିକ କଥା । କିନ୍ତୁ ଏହା ଖୁବ୍ ଅସହ୍ୟ ମନେ ହୁଏ ।

ତେବେ ଏଥିରୁ ମୁକ୍ତି ପାଇବା କିପରି ଆପଣାନ୍ତୁ କିଛି ସଜହ ଉପାୟ –

  • ୫ ଚାମଚ ପାଣିରେ ଏକ ଚାମଚ ବେକିଙ୍ଗ ସୋଡା ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ ଓ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏପରି ଦିନକୁ ୨ଥର କରନ୍ତୁ । ଶୀଘ୍ର ଘିମିରି ଭଲ ହୋଇଯିବ।
  • ୨୦ ରୁ ୩୦ଟି ନିମ ପତ୍ରକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଘିମିରି ଉପରେ ଏହାକୁ ଲଗାନ୍ତୁ । ୨୦ ମିନଟ୍ ପରେ ଧୋଇ ଦିଅନ୍ତୁ ।ପ୍ରତିଦିନ ଏପରି କରନ୍ତୁ। ଏହା ଦ୍ୱାରା ଘମିରି ଶୀଘ୍ର କମିଯିବ।
  • ଏକ ଗ୍ଲାସ୍ ପାଣିରେ ଏକ ଲେମ୍ବୁ ଚିପୁଡନ୍ତୁ । ଏଥିରେ କାକୁଡିର ଏକ ଖଣ୍ଡ ବୁଡାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିର ଉପରେ ଘଷନ୍ତୁ। ଏହା କଲେ ଘିମିରି କମିଯିବ।
  • ଏକ ଚାମଚ ଆଲଭେରା ଜେଲ୍ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏପରି ଦିନକୁ ୩ ଥର କରନ୍ତୁ । ଏହାଦ୍ୱାରା ଘିମିରି ଯନ୍ତ୍ରଣା ଦୂର ହେବା ସହ ଘିମିରି ମଧ୍ୟ ଚାଲିଯାଏ।
  • ଏକ ଚାମଚ ନଡିଆ ତେଲରେ ଏକ କର୍ପୁର ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ରକ୍ଷା ମିଳିବା ସହ ଉପଶମ ହୋଇଥାଏ।
  • ଅଧ ଚାମଚ ଚନ୍ଦନ ପାଉଡରକୁ ଏକ ଚାମଚ ଗୋଲାପ ଜଳରେ ମିଶାନ୍ତୁ। ଏହାକୁ ଘିମରି ଉପରେ ଲଗାନ୍ତୁ।

ଖରାଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ  ଆପଣାନ୍ତୁ ଏହି ଘରୋଇ ଉପଚାର prickely heat

ପଢନ୍ତୁ ;

ହୃଦ୍‌ଜନିତ ସମସ୍ୟାକୁ ଦୂରକରିବାକୁ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

Related posts

କର୍କଟ ରୋଗରୁ ପାଇପାରିବେ ମୁକ୍ତି ,ଯଦି ଆପଣ ଖାଦ୍ୟରେ ସାମିଲ କରିବେ ଏହି ୪ ଟି ଜିନିଷ

ENO Beuro

ଖରାଦିନରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ENO Beuro

ଶୀତଦିନେ ଗୋଇଠି ଫାଟିବା ନେଇ ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More