Loading...

ଝୁଲା ପୋଲ ମରାମତି ସହ କ୍ଷତିପୂରଣ ଦାବିରେ ରାଜରାସ୍ତାରେ ଧବଳେଶ୍ବର ମନ୍ଦିରର ପୂଜକ

ଝୁଲା ପୋଲ ମରାମତି ସହ କ୍ଷତିପୂରଣ ଦାବିରେ ରାଜରାସ୍ତାରେ ଧବଳେଶ୍ବର ମନ୍ଦିରର ପୂଜକ

ବଡଓଷା ଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିବାବେଳେ ତୁରନ୍ତ ମନ୍ଦିର ଖୋଲିବା ସହ ପୂଜକମାନଙ୍କୁ କ୍ଷତିପୂରଣ ଦାବିରେ ପୂଜକମାନେ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି ।

ମନ୍ଦିର ଛାଡି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୂଜକ । ଏଭଳି ଦୃଶ୍ୟ କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଦେଖିବାକୁ ମିଳିଛି । ବଡଓଷା ଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିବାବେଳେ ତୁରନ୍ତ ମନ୍ଦିର ଖୋଲିବା ସହ ପୂଜକମାନଙ୍କୁ କ୍ଷତିପୂରଣ ଦାବିରେ ପୂଜକମାନେ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି ।ପ୍ରସିଦ୍ଧ ବାବା ଧବଳେଶ୍ଵର ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଅସନ୍ତୁଷ୍ଟ ହୋଇପଡିଛନ୍ତି ପୂଜକ ଓ ସେବାୟତ । କାରଣ ଦର୍ଶନ ନକରି ଫେରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଯାହାଦ୍ବାରା ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ନିରାଶ ହେଉଛନ୍ତି ସେବାୟତ । ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଶ୍ରଦ୍ଧାଳୁମାନେ ପୀଠକୁ ଯାଇନପାରିବା ଯୋଗୁଁ ସେମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବଡଓଷା ଠାରୁ ଝୁଲାପୋଲ ମରାମତି କରିବା ଉଦ୍ଦେଶ୍ୟରେ ସର୍ବସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ ।ଦୀର୍ଘ ସମୟଧରି ମନ୍ଦିର ବନ୍ଦ ଯୋଗୁଁ ପୂଜକମାନଙ୍କୁ କ୍ଷତି ପୂରଣ ରାଶି ଦିଆଯିବା ଦାବିକରି ଧବଳେଶ୍ଵର ମନ୍ଦିର ମୁଖ୍ୟ ଗେଟ ଆଗରେ ଆନ୍ଦୋଳନରେ ବସିଛନ୍ତି ସମସ୍ତ ପୂଜକ ଓ ସେବାୟତ । ଆନ୍ଦୋଳନସ୍ଥଳରେ ଆଠଗଡ ତହସିଲଦାର ପହଞ୍ଚି ପୂଜକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ବୈଠକ ପରେ ବୈଠକ ଚାଲିଛି, କିନ୍ତୁ ନା ପୋଲ ମରାମତି ହେଉଛି ନା ଦର୍ଶନର ବାଟ ଖୋଲୁଛି । ଆନ୍ଦୋଳନରେ ବାଟ ନଫିଟିଲେ ଆସନ୍ତାକାଲି ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ ସହ ପରେ ଧବଳେଶ୍ଵରଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ପୂଜକ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.