• Home
  • News
  • ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !
News

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

ସମାବେଶ ସ୍ଥଳକୁ ଜିନିଷ ପତ୍ର ଓ ପାଣି ବୋତଲ ନେବା ମନା

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  କେନ୍ଦ୍ର ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କଟକ ସହରକୁ ବାଛିଛନ୍ତି।  ଏହିଠାରୁ ହିଁ ଆସନ୍ତାକାଲି ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବାପରେ ସେଠାରୁ ହେଲିକପ୍ଟର ମାଧ୍ୟମରେ କଟକ ଯିବେ ।

ମୋଦିଙ୍କ ଗସ୍ତକୁ ନେଇ ଏସ୍‌ପିଜିର ଏକ ସ୍ୱତନ୍ତ୍ର ଟିମ୍ ନେତୃତ୍ୱରେ କଟକରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ଏଥିପାଇଁ ନରାଜ ଓ ବାଲିଯାତ୍ରା ତଳ ପଡିଆରେ ଅସ୍ଥାୟୀ ହେଲିପ୍ୟାଡ଼୍‌ କରାଯାଇଛି ।ଅଢ଼େଇ ଘଂଟାର ରହାଣୀ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ଭୁବନେଶ୍ୱର ଓ କଟକରେ ଶହେ ପ୍ଲାଟୁନ୍ରୁ ଅଧିକ ଫୋର୍ସ, ୩ଶହ ଅଫିସର ଓ ୨ ଜଣ ଡିସିପି ନିୟୋଜିତ ହେବେ ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଟକଣା ଜାରି କରାଯାଇଛି। ସମାବେଶ ସ୍ଥଳକୁ କୌଣସି ସାଧାରଣ ଲୋକ ସାଙ୍ଗରେ ଜିନିଷ ପତ୍ର, କିମ୍ବା ପାଣି ବୋତଲ ନେଇ ପାରିବେ ନାହିଁ ।  ସେହିପରି ସାଧାରଣ ଲୋକଙ୍କ ପାଇଁ ୧୨ଟି ପ୍ରବେଶ ପଥ କରାଯାଇ ଥିବାବେଳେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।  ପାର୍କିଂ ବ୍ୟବସ୍ଥା ସି-ସୋର ଘାଟ ଓ ଆନନ୍ଦ ଭବନ ସମ୍ମୁଖ ପଡିଆରେ କରାଯିବାକୁ ଯୋଜନା କରାଯାଇଥିବା ଡିସିପି କହିଛନ୍ତି ।

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! narendra modi 1

ପଢନ୍ତୁ ;

ପଙ୍ଖାରେ ଝୁଲିଲେ ପ୍ରେମିଯୁଗଳ : କୋଲକାତାରୁ ଆସି ରାଜଧାନୀରେ ଆତ୍ମହତ୍ୟା !

Related posts

ପର୍ଯ୍ୟଟକଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସେବା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Krishna Kumar Manoj

କେରଳରେ ୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା:୩୨୪ ମୃତ,୨ଲକ୍ଷ ବିସ୍ଥାପିତ

Krishna Kumar Manoj

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More