EnewsOdia.Com

ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣି, ଅନ୍ୟ କଏଦୀଙ୍କ ମୃତ୍ୟୁ

ଗାଁ ଗହଳିରେ ଏକ ଲୋକକଥା ରହିଛି, ବିରି ମାଡ ଦେଖି କୋଳଥ ଚୋପା। ଏହାର ଅର୍ଥ ଜଣଙ୍କ ଉପରେ ହେଉଥିବା ମାଡ ଦେଖି ଅନ୍ୟ ଜଣେ ସାବଡା ହେବା ।ଫାଶୀ ଖବର ଶୁଣି ହୃଦଘାତରେ ମୃତ୍ୟୁ । ଦୁଷ୍କର୍ମକାରୀ ସୁନୀଲ ନାୟକର ଫାଶୀ ଦଣ୍ଡାଦେଶ ଶୁଣି ଜେଲରେ ଆଉ ଜଣେ ଦୁଷ୍କର୍ମକାରୀ କଏଦୀର ମୃତ୍ୟୁ ହୋଇଛି । କେନ୍ଦୁଝର ଜେଲରେ ବିଚାରଧିନ କଏଦୀ ଥିବା ଟୁୁରୀ ମୁଣ୍ଡାର ଆଜି ହୃଦଘାତରେ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ମୃତ ଟୁରୀ ମୁଣ୍ଡା ୨୦୧୮ ମେ ମାସରେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିଲେ । ତାଙ୍କ ବିରୋଧରେ ୩୫୪(ଏ), ୩୫୪(ବି) ଆଦି ଦଫା ଲାଗିଥିଲା ।

ସେ ଆଜି ସକାଳେ ଖାଦ୍ୟ ସଂଗ୍ରହ କରି ନିଜ ବାରାକକୁ ନେଇଥିଲେ । ଖାଦ୍ୟ ଖାଇବା ପାଇଁ ତଳେ ବସିଥିବା ବେଳେ ହଠାତ୍ ପଡ଼ିଥିଲେ । ତାଙ୍କୁ ଜେଲ ଡାକ୍ତର ଦେଖିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ପଢନ୍ତୁ: ‘କାଳିଆ’ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିର ୱାଚ୍‌ ଟାୱାର୍‌ରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ବିଦେଶିନୀ

Ratnamani Maharana

୨୮ ଓ ୨୯ରେ ଓଡ଼ିଶାକୁ ଭିଜାଇବ ବର୍ଷା

Ratnamani Maharana

ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ଘାତକ ଚୟନ ଶେଷ

Ratnamani Maharana

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ

Ratnamani Maharana

କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତରଙ୍କ ଜୀବନ ନେଲା କରୋନା

Ratnamani Maharana

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

Ratnamani Maharana