ଝାରପଡା ଜେଲରେ ଅଭାବନୀୟ ଘଟଣା:ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

କଏଦୀଙ୍କ ଆତ୍ମହତ୍ୟା

ଜେଲ୍ ଭିତରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ। ଶନିବାର ସକାଳୁ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ଝାରପଡା ଜେଲର ଜଣେ କଏଦୀ । ଝୁଲନ୍ତା ଅବସ୍ଥାରେ ତାର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛି ଜିତେନ୍ଦ୍ର ବିଶ୍ବାଳ । କଏଦୀ ଜଣକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ ବୋଲି ଜଣାପଡିଛି । ଖବରପାଇ ପ୍ରଥମେ ଜେଲ୍ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ ଜିତେନ୍ଦ୍ର ଦୁଷ୍କର୍ମ ମାମଲାରେ ଜେଲ୍ ଯାଇଥିଲେ। ତେବେ ବାରମ୍ବାର ଗଣ୍ଡଗୋଳ କରି ଲୋକଲୋଚନକୁ ଆସିଥିବା ଜିତେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି। ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ଜିତେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ତିନି ଚାରି ଦିନ ପୂର୍ବରୁ ଜିତେନ୍ଦ୍ର କୋର୍ଟ ପରିସରରେ ଓକିଲଙ୍କୁ ଦୁର୍ବ୍ୟବହାର କରିବା ଫଳରେ ପୋଲିସ ଦ୍ୱାରା ମାଡ ଖାଇଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

ପଢନ୍ତୁ; ମହାରାଷ୍ଟ୍ର ଔରଙ୍ଗାବାଦରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ୩୦ରୁ ଅଧିକ ଆହତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More