POLITICALS

ନିର୍ବାଚନ ଲଢ଼ିବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ

prithviballav

ପୃଥ୍ୱୀବଲ୍ଲଭ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର । ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ଥାପିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସେ । ବର୍ତ୍ତମାନ ତାଙ୍କ ରାଜନୀତି ପ୍ରବେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜାନକୀ ବାବୁ ଜୀବିତାବସ୍ଥାରେ ତାଙ୍କ ପୁତ୍ର ପୃଥ୍ୱୀବଲ୍ଲଭଙ୍କୁ ସାଧାରଣରେ ପରିଚିତ କରାଇ ନ ଥିଲେ ।

ବେଗୁନିଆ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକଟରେ ଲଢ଼ିପାରନ୍ତି ପୃଥ୍ୱୀବଲ୍ଲଭ । ଏ ପ୍ରସଙ୍ଗରେ ସେ କହିଛନ୍ତି, ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛି । ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି । ସାରା ରାଜ୍ୟରେ କଂଗ୍ରେସ ସଙ୍ଗଠନ ସୁଦୃଢ କରିବା ମୋର ଲକ୍ଷ୍ୟ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ ।

ଊଲ୍ଲେଖଯୋଗ୍ୟ,ପୂର୍ବରୁ ଜାନକୀ ବଲ୍ଲବ ପଟ୍ଟନାୟକ ଦୁଇ ଥର ବେଗୁନିଆ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୫ ମସିହାରେ ବେଗୁନିଆରୁ ଉପ ନିର୍ବାଚନରେ ଜିତିଥିଲେ । ପରେ ୨୦୦୪ରେ ସେ ବେଗୁନିଆ ଆସନରୁ ମଧ୍ୟ ବିଜୟୀ ହୋଇଥିଲେ । ଏବେ ଏହି ଆସନ ବିଜେଡି ହାତରେ ରହିଛି ।

ପଢନ୍ତୁ;ବାଲାକୋଟ ଆକ୍ରମଣରେ ନିହତ ଶବକୁ ନଦୀରେ ଭସେଇ ଥିଲା ପାକିସ୍ତାନ

Related posts

ପ୍ରତି ମାସରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

Ratnamani Moharana

ସୋମବାର ଶପଥ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Moharana

ମମତା ଓ ବିଜେପି ଲଢେଇରେ ନୟାନ୍ତ ଡାକବିଭାଗ

Ratnamani Moharana

Leave a Comment