POLITICALS

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

pritinanda

ଡା.ଦାମୋଦର ରାଉତଙ୍କ ଝିଅ ତଥା ଭୁବନେଶ୍ଵର ମହାନଗର ନିଗମର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଗତକାଲି ବିଜେଡି ଛାଡିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି । ଏହାସହ ବିଜୁ ଜନତା ଦଳରୁ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରୀତିନନ୍ଦା।

ଶ୍ରୀମତୀ ରାଉତରାୟ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ବେଳେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀମତୀ ରାଉତରାୟଙ୍କୁ ଗତ କିଛିମାସ ହେବ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡକାଯାଉନଥିବା ତଥା ପକ୍ଷପାତପୂର୍ଣ୍ଣ ଆଚରଣ କରାଯାଉଥିବା ବେଳେ ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ବିଜେଡ଼ି ଛାଡ଼ିବାର ବହୁଦିନ ପରେ ଡ. ଦାମୋଦର ରାଉତ ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।

ପଢନ୍ତୁ; ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନରେ ସମ୍ମାନୀତ ହେଲେ ୩ ଓଡିଆ

Related posts

ଅଙ୍ଗନୱାଡି କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ

ENO Beuro

ବିଜେଡ଼ିକୁ ପ୍ରତ୍ୟୁଷାଙ୍କ ଧମକ: ଦଳୀୟ ଟିକେଟ ବିନା ମଧ୍ୟ ନୟାଗଡ଼ରୁ ଲଢିବି

Ratnamani Moharana

ଦାମ ରାଉତ ନୁହେଁ , ବାପାଙ୍କଠୁ ପରାମର୍ଶ ନେବି: ସମ୍ବିତ ରାଉତ

Ratnamani Moharana

Leave a Comment