ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ସାବ୍ୟସ୍ତ ହୋଇଛି। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇ (ଡ୍ୟାନି) ଆଜି ନୂଆ ଜୀବନସାଥୀ ଭାବେ ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି। ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ସୁପୁତ୍ର ପ୍ରୀତିରଞ୍ଜନ ଘଡାଇ । ବଙ୍ଗୀୟ ସୁନ୍ଦରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି ପ୍ରୀତିରଞ୍ଜନ । ଗତକାଲି ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କ ବିବାହ ହୋଇଥିବା ଜଣାପଡ଼ିଛି । ପ୍ରୀତିରଞ୍ଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ ଏହି ସୂଚନା ଦେଇଛନ୍ତି। ପରିବାର ଓ କିଛି ସଂପର୍କୀୟଙ୍କ ଗହଣରେ ବିବାହ କାର୍ୟ୍ୟ ଅନୁଷ୍ଠିତ ହୋଇଛି । ଦୁଇ ଜଣଙ୍କ ବିବାହ ଫଟୋ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ମିଳିଥିବା କିଛି ଫଟୋ ଓ ଭିଡିଓରେ ଡ୍ୟାନି ଧଳା ରଙ୍ଗର ସେରୱାନି ପିନ୍ଧିଥିବାବେଳେ ଝିଲିକ୍ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁହେଁ ନୂ୍ଆ ଜୀବନକୁ ନେଇ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।
ବିବାହ ସମୟରେ ପ୍ରୀତିରଞ୍ଜନ ଘଡାଇ ଧଳା ରଙ୍ଗର ସେରଓ୍ଵାନି ପିନ୍ଧିଥିବା ବେଳେ ଝିଲିକ୍ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ପ୍ରୀତିରଞ୍ଜନ ବାପା ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ ଓ ତାଙ୍କ ପତ୍ନୀ ମଧ୍ୟ ଫଟୋରେ ନଜର ଆସିଛନ୍ତି । ଦୁଇ ଜଣ ବିବାହ କରିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ପ୍ରୀତିରଞ୍ଜନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ଦୁଇ ଜଣଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାଜପୁର ଡ୍ୟାନିଙ୍କ ରେ ପ୍ରଶଂସକଙ୍କ ମନରେ ଏବେ ଖୁସିର ଲହରୀ ଖେଳିଯାଇଛି ।
ପଢନ୍ତୁ: ବିଜେପିରେ ମିଶିବାର ୩ ଘଣ୍ଟାରେ ରାଜ୍ୟସଭା ଟିକେଟ ପାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ