Loading...

ଆଜି ରାଜ୍ୟରେ ଗଡିବନି ଘରୋଇ ବସ୍ : ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍‌

ଆଜି ରାଜ୍ୟରେ ଗଡିବନି ଘରୋଇ ବସ୍ : ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍‌

ପୂର୍ବ ଘୋଷଣା ଆନୁଯାୟୀ ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ। ଶୁକ୍ରବାରଠାରୁ ଧର୍ମଘଟ କରିବାକୁ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ପୂର୍ବ ଘୋଷଣା ଆନୁଯାୟୀ ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ। ଶୁକ୍ରବାରଠାରୁ ଧର୍ମଘଟ କରିବାକୁ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନ ଥିଲା। ଶେଷରେ ସରକାରଙ୍କ ପକ୍ଷରୁ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ପୂଜା ଆରମ୍ଭରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି ସଂଘ।

ଅକ୍ଟୋବର ୨୦ ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ପାଇଁ ଘରୋଇ ମାଲିକ ସଂଘ ଚେତାବନୀ ଦେଇଥିବା ବେଳେ ଏହାକୁ ପ୍ରତ୍ୟାହାର ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅପିଲ କରିଛନ୍ତି। ଘରୋଇ ବସ୍ ମାଲିକ ସଂଘକୁ ଅପିଲ୍ କରିବା ସହିତ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ବସ୍ ମାଲିକ ସଂଘ ଏକତରଫା ନିଷ୍ପତ୍ତି ନେଇଛି। ପୂଜା ସମୟ ଥିବାରୁ ଘରୋଇ ଯାତ୍ରୀବାହୀ ବସ୍‌ ମାଲିକମାନେ ସହଯୋଗ କରନ୍ତୁ। ଲୋକେ କିପରି ହଇରାଣ ନ ହେବେ ଏଥି ପାଇଁ ଦୃଷ୍ଟି ଦିଅନ୍ତୁ। ଆସନ୍ତା ୨୬ ତାରିଖରେ ବସ୍ ମାଲିକ ସଂଘ ସହ ଆଲୋଚନା ହେବ। ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାମ। ଏହି ଯୋଜନା ମାଧ୍ୟମରେ ଗମନାଗମନ ବ୍ୟବସ୍ଥା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.