News

ପୁରୀ-ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ

By Krishna Kumar Manoj

September 11, 2018

ପୁରୀ- ଭୁବନେଶ୍ୱର ଘରୋଇ ବସ ମାଲିକ ସଂଘ ମଧ୍ୟରେ ବିବାଦ ଦୀର୍ଘଦିନ ଧରି ଚାଲିଥିବାବେଳେ ଆଜି ଏହା ଉଗ୍ରରୂପ ନେଇଛି । ଦୁଇ ସଂଘ ମଧ୍ୟରେ ସମୟ ନିର୍ଘଣ୍ଟ ବିବାଦରୁ ଆଜି ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି।

ଭୁବନେଶ୍ୱର ମାଲିକଙ୍କ କିଛି ଯାତ୍ରୀବାହୀ ବସ୍‍ ଅଟକ ରଖାଯାଇଥିବାବେଳେ ଭୁବନେଶ୍ୱରରେ ପୁରୀ ମାଲିକଙ୍କ ବସ୍‍ ଅଟକ ରଖାଯାଇଛି। କେନ୍ଦ୍ରାଞ୍ଚଳ ପୁଲିସ ଆଇଜିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକ ନିଷ୍ପତ୍ତି ୨ଟିଯାକ ବସ୍‍ ମାଲିକ ସଂଘ ମାନୁ ନାହାନ୍ତି। ଏଥିଯୋଗୁଁ ପୁରୀରେ ପ୍ରାୟ ୬୦ଟି ବସ୍‍ ଅଟକି ରହିଛି।

ସୂଚନାଯୋଗ୍ୟ,ନିୟମିତ ଭାବରେ ଭୁବନେଶ୍ୱରରୁ ୬୫ ଟି ବସ ପୁରୀ ଯାଉଥିବାବେଳେ ପୁରୀରୁ ୭୫ଟି ବସ ଭୁବନେଶ୍ୱର ଓ କଟକ ଯାତାୟାତ କରୁଥିବାବେଳେ ସମୟ ନିର୍ଘଂଟକୁ ନେଇ ଦୁଇ ସଂଘ ମଧ୍ୟରେ ବିବାଦ ଘନୀଭୁତ ହୋଇଛି । ତେବେ ଭୁବନେଶ୍ୱରରୁ କୌଣସି ବସ ପୁରୀକୁ ଯାଉ ନଥିବାବେଳେ ଆଜି ସକାଳୁ ପୁରୀରୁ ଭୁବନେଶ୍ୱର ଆସୁଥିବା ୨ ଟି ଯାତ୍ରିବାହୀ ବସକୁ କଳ୍ପନା ଛକରୁ ପୁରୀକୁ ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

ପଢନ୍ତୁ;ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ?