News

ଆଜି ରାଜ୍ୟବ୍ୟାପି ବସ୍ ଧର୍ମଘଟ : ଯାତ୍ରୀ ହନ୍ତସନ୍ତ

ଆଜି ସରକାରଙ୍କ ସହ ପୁଣି ବୈଠକ

ବସ୍ ଧର୍ମଘଟ ନିଷ୍ପତିରେ କାଏମ ରହିଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ଆଜି ସକାଳୁ ରାଜ୍ୟବ୍ୟାପି ବସ୍ ଧର୍ମଘଟ ଆରମ୍ଭ ହୋଇଛି । ରାଜ୍ୟ ସାରା ଘରୋଇ ବସ୍‌ ସେବା ବନ୍ଦ ରହିଛି ।ଫଳରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ ଚଳାଚଳ ବନ୍ଦ ହୋଇ ଯାଇଛି । ବିଭିନ୍ନ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି ବସ ମାଲିକ ସଂଘ ।

ଧର୍ମଘଟ ରୋକିବାକୁ ପରିବହନ ମନ୍ତ୍ରୀ ସଂଘ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ମାତ୍ର  ସରକାର ଅଳ୍ପ କେତେକ ଦାବି ମାନି ନେଇ ଥିବାବେଳେ ସଂପୂର୍ଣ୍ଣ ଭାବରେ ଆଲୋଚନା ସଫଳ ହୋଇ ପାରି ନ ଥିଲା ।

ସିଟି ବସ୍ ଗୁଡିକ ସହର ମଧ୍ୟରେ ଚଳାଚଳ କରିବା, ଟୋଲଗେଟ୍ ଗୁଡିକରୁ ଯାତ୍ରୀବାହୀ ବସକୁ ଦେୟ ମୁକ୍ତ କରିବା ଏବଂ ରୋଡ୍ ଟ୍ୟାକ୍ସ କମାଇବା ପାଇଁ ଦାବି କରି ଧର୍ମଘଟ ଡାକରା ଦେଇଛି ସଂଘ । ୧୧ଦଫା ଦାବି ନେଇ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବନ୍ଦ ଡ଼ାକରାକୁ ସମର୍ଥନ କରିଛି ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘ ।

ଘରୋଇ ବସ୍‌ ମାଲିକ ସଂଘ ଆଜି ଆଉ ଥରେ ସରକାରଙ୍କ ସହ ଆଲୋଚନା କରିବେ । ସରକାର ଓ ମାଲିକ ସଂଘ ମଧ୍ୟରେ ସାଧାରଣ ଯାତ୍ରୀ ପେଶୀ ହୋଇଯାଇଛନ୍ତି । ପ୍ରଚଣ୍ଡ ଖରା ଏବଂ ତା ସହିତ ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି ।

ଆଜି ସକାଳୁ ବସ ଧର୍ମଘଟ ଯୋଗୁଁ ଦୂରଦୂରାନ୍ତକୁ ବସ ଚାଲୁନାହିଁ । ଫଳରେ ଲୋକେ ହଇରାଣ ହୋଇଛନ୍ତି ।  ତେବେ ଟାଉନ ବସ୍ ଓ ସ୍କୁଲ ବସକୁ ଧର୍ମଘଟରୁ ବାଦ ଦିଆଯାଇଛି ।

ପଢନ୍ତୁ ;

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

Related posts

ପ୍ଲାଷ୍ଟିକ୍‌ ନିଷେଧ : ଆଜିଠୁ ୬ ସହରରେ କଡାକଡି

ENO Beuro

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ENO Beuro

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ENO Beuro

Leave a Comment