News

ଆସନ୍ତାକାଲିଠାରୁ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ

ଦାବି ପୁରାଣ ନ ହେଲେ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ବସ୍‌ ବନ୍ଦ ରହିବ

ଆସନ୍ତାକାଲିଠାରୁ ବିଭିନ୍ନ ଦାବି ନେଇ ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟ କରୁଛି । ରାଜ୍ୟର ସମସ୍ତ ଘରୋଇ ବସ ଆସନ୍ତାକାଲିଠାରୁ ସେବା ବନ୍ଦ କରିବାର ନିଷ୍ପତି ନେଇଛି । ବିଭିନ୍ନ ଦାବି ନେଇ ଘରୋଇ ବସ ମାଲିକ ସଂଘ  ବନ୍ଦ ଡାକରା ଦେଇଥିବା ବସ ମହାସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଆସନ୍ତାକାଲି ସକାଳ ୬ଟାରୁ କୌଣସି ଘରୋଇ ବସ୍‌ ରାସ୍ତାରେ ଗଡ଼ିବ ନାହିଁ । ଏହି ଧର୍ମଘଟରେ ସାମିଲ ହେବେ ପାଖ ପାଖି ୧୭ ହଜାର ବସ୍‌ ମାଲିକ ।

ଆସନ୍ତାକାଲିଠାରୁ ବସ ଧର୍ମଘଟ ନେଇ ବୈଠକ ଡାକିଲେ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ । ଆଜି ଅପରାହ୍ନ ୫ ଟାରେ ଏହି ଗୁରୁତ୍ୱପୂଣ୍ଣ ର୍ ବୈଠକ ହେବାର ସୂଚନା ମିଳିଛି ।

ଏହା ସହିତ ଦାବି ପୁରାଣ ନ ହେଲେ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ବସ୍‌ ବନ୍ଦ ରହିବ ବୋଲି ଧମକ ଦେଇଛି ବସ୍‌ ମାଲିକ ସଂଘ । କିଛି ଦିନ ତଳେ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ ବୈଠକରେ ସଂଘ ଏପରି ନିଷ୍ପତି ନେଇଛି ।

ପଢନ୍ତୁ ;

ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଜାଣନ୍ତୁ

Related posts

ରାଜଧାନୀରୁ ମାଓ ନେତା ଗିରଫ!

ENO Beuro

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ

Ratnamani Moharana

ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ

ENO Beuro

Leave a Comment