• Home
  • Entertainment
  • ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଯାଇଥିବା ପ୍ରିୟା ପ୍ରକାଶ ହେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ
Entertainment

ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଯାଇଥିବା ପ୍ରିୟା ପ୍ରକାଶ ହେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ସୁପ୍ରିମକୋର୍ଟ ଗଲେ ପ୍ରିୟା ପ୍ରକାଶ

ଭାଲେଂଟାଇନ୍ ଗାର୍ଲ ପ୍ରିୟା ପ୍ରକାଶ ଭାରିୟର୍‌ ଏବଂ ମାଲାୟାଲମ୍‌ ଚଳଚ୍ଚିତ୍ର ‘ଓରୁ ଅଦର୍‌ ଲଭ୍‌’ର ପ୍ରଯୋଜକ ମିଶି ସୋମବାର ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରିଛନ୍ତି। ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ‘ଓରୁ ଅଦର୍‌ ଲଭ୍‌’ର ଗୀତ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବାକୁ ସେମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। ସେମାନେ ଯାଚିକାରେ କହିଛନ୍ତି କି ପ୍ରତ୍ୟେକ ନାଗରିକର ଭାବପ୍ରକାଶ କରିବାର ଅଧିକାର ରହିଛି। ନିକଟରେ ଗୀତ ବିରୋଧରେ ରୁଜୁ ହୋଇଥିବା ମାମଲା ନାଗରିକର ଅଭିବ୍ୟକ୍ତି ଅଧିକାର କ୍ଷୁର୍ଣ୍ଣ କରୁଛି।

ପ୍ରିୟା ପ୍ରକାଶ ଓ ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଅଦାରୁ ଲଭ’ନିର୍ମାତାଙ୍କ ବିରୁଦ୍ଧରେ ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଏକ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଫିଲ୍ମର ଭାଇରାଲ ଗୀତ ସେମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ନେଇ ପ୍ରାରମ୍ଭରେ ତେଲେଙ୍ଗାନାର କିଛି ଯୁବକ ଫିଲ୍ମ ନିର୍ମାତା ଓ ନିର୍ଦେଶକଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଥିଲେ।

ଏହି ମାଲାୟଲମ ଫିଲ୍ମ ‘ଓରୁ ଅଦାରୁ ଲଭ’ ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ। ଆସନ୍ତା ମାର୍ଚ୍ଚ ୩ ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ଏହି ଫିଲ୍ମର ଗୀତ ମାନିକା ମଲୟାରା ପୁବି ନିକଟରେ ରିଲିଜ ହୋଇଛି। ଏହି ଗୀତର ଭିଡିଓ ଆସିବା ପରେ ସୋସିଆଲ ମିଡିଆରେ କାୟା ବିସ୍ତାର କରିଚାଲିଛି।

ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଯାଇଥିବା ପ୍ରିୟା ପ୍ରକାଶ ହେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ priya prakash 1

ପଢନ୍ତୁ;

ବିଜେପୁର ଉପ ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ-ସ୍ମୃତି

Related posts

ସୋନିଆ ଗାନ୍ଧୀଙ୍କ ଭୂମିକାରେ ଆସିବେ ଜର୍ମାନୀ ନାୟିକା

Krishna Kumar Manoj

ମା’ଙ୍କ ମୃତ୍ୟୁ ବାର୍ଷିକୀରେ ସୋସିଆଲମିଡିଆରେ ଜଣାଇଲେ ନିଜ ହୃଦୟର କଥା : ଅର୍ଜୁନ କପୁର

Krishna Kumar Manoj

ଓଡିଆ ପୁଅ ଅମିୟ ପଟ୍ଟନାୟକଙ୍କ ଭୂମିକାରେ ଅଜୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More