• Home
  • Entertainment
  • ବଲିଉଡରେ ପାଦ ଦେଇଛନ୍ତି ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର
Entertainment

ବଲିଉଡରେ ପାଦ ଦେଇଛନ୍ତି ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର

ରଣବୀର ସିଂହ ବିପକ୍ଷରେ ନଜର ଆସିବେ ପ୍ରିୟା ପ୍ରକାଶ

ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ବଲିଉଡରେ ପାଦ ଦେଇଛନ୍ତି । ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ଦେଖିବାକୁ ମିଳିବ ପ୍ରିୟା ପ୍ରକାଶ ୱାରିୟରଙ୍କୁ । ପ୍ରିୟା ପ୍ରକାଶଙ୍କ ଆଖିରେ ଆଖିରେ ଇଶାରା ଦେଉଥିବା ଭିଡିଓ ଗତ ଭାଲେନତାଇନ ଡେ ରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଏହା ଚହଳ ପକେଇ ଦେଇଥିଲା ।

ପ୍ରିୟା ପ୍ରକାଶଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା ଯୋଗୁ  ଫଳ ସ୍ୱରୂପ ବଲିଉଡ ଫିଲ୍ମରେ ତାଙ୍କୁ  ସୁଯୋଗ ମିଳିଛି । ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ସେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରୁଛନ୍ତି ।

ଭିଡିଓ ଭାଇରାଲ ହେବା ପରଠାରୁ ପ୍ରିୟାଙ୍କ ପାଖକୁ ବହୁତ ଅଫର୍‌ ଆସିିଥିଲା । ‘ସିମ୍ବା’ର ସହ ପ୍ରଯୋଜକ ହେଉଛନ୍ତି କରଣ ଜୋହର । କରଣ ମଧ୍ୟ ଚାହୁଁଥିଲେ ଏହି ଫିଲ୍ମରେ ପ୍ରିୟାଙ୍କୁ ନିଆଯାଉ । ସେହିପରି ପ୍ରିୟା ମଧ୍ୟ ରଣବୀରଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଫିଳ୍ମରେ ପ୍ରିୟାଙ୍କ ରୋଲ ସେତେ ବଡ଼ ନୁହେଁ ତଥାପି ଯୁବବର୍ଗ ମଧ୍ୟରେ ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପିଲ୍ମରେ ନିଆଯାଛି ବୋଲି ନିର୍ଦ୍ଦେଶକ ରୋହିତ ସେଟ୍ଟି କହିଛନ୍ତି। ରଣବୀର ଏଥିରେ ଜଣେ ପୁଲିସ ଅପିସର ଭୂମିକାରେ ଅଭିନୟ କରୁଛନ୍ତି । ଚଳିତ ବର୍ଷ ୨୧ ଡିସେମ୍ବରରେ ‘ସିମ୍ବା’ ରିଲିଜ ହେବ ।

ବଲିଉଡରେ ପାଦ ଦେଇଛନ୍ତି ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର priya prakas

ପଢନ୍ତୁ ;

ସଡକ ସିନେମାର ସୀକ୍ୱେଲରେ ନଜର ଆସିବେ ସଂଜୟ ଦତ

Related posts

ଆଗାମୀ ସିନେମାରେ ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍

Krishna Kumar Manoj

ସଲମାନଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଦିଶା ପଟାନୀ ! 

Krishna Kumar Manoj

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More