Entertainment

ଓଲିଉଡର ଲୋକପ୍ରିୟ ନାୟିକା ପ୍ରିୟା : ‘ଡ୍ରିମ୍‌ଗାର୍ଲ’ ପରେ ଏହି ନିର୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି

‘ଡ୍ରିମ୍‌ଗାର୍ଲ’ ସିନେମାରେ ଓଲିଉଡରେ ଡେବୁ କରିଥିଲେ ପ୍ରିୟା

ପରଦାରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଓଲିଉଡ ନାୟିକା ପ୍ରିୟା । ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଡ୍ରିମ୍‌ଗାର୍ଲ’ ସିନେମାରେରେ ପ୍ରଥମେ ଅଭିନୟ କରି ବଡ଼ ପରଦାକୁ ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହି ସିନେମାରେ ସବ୍ୟସାଚୀ ନାୟକ ଭୂମିକାରେ ଅଭିନୟ କରିଥିଲେ । ‘ଡ୍ରିମ୍‌ଗାର୍ଲ’ପରେ ପ୍ରିୟା ଯେଉଁସବୁ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ସେହି ତାଲିକାରେ କେତେଜଣଙ୍କ ସହ ସେ ଥରେ ମାତ୍ର କାମ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ ଯାହାଙ୍କ ସହ ସେ କେବଳ ‘ଚାନ୍ଦିନୀ ଆଇ ମିସ୍‌ ୟୁ ’ରେ କାମ କରିଛନ୍ତି ।

ଆପଣ ଜାଣନ୍ତିକି ସେ ଜଣେ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ଅଧିକ ସିନେମାରେ କାମ କରିଛନ୍ତି। ହଁ ସେହି ନିର୍ଦ୍ଦେଶକଜଣକ ହେଲେ ସଞ୍ଜୟ ନାୟକ। ତାଙ୍କ ନିର୍ଦ୍ଦେଶିତ ‘ଦିଲ୍‌ ତତେ ଦେଇଛି,’ ବାଇଶି ପାହାଚେ ଖେଳିବ ମୀନ, ମେଘ ସବାରୀରେ ଆସିବ ଫେରି, ମିତ ବସିଛି ମୁଁ ଭୂତ ସାଥୀରେ ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ପାଞ୍ଚଟି ଓଡ଼ିଆ ଛବିରେ ନଜର ଆସିଛନ୍ତି ଏହି ନାୟିକା ।

ପ୍ରିୟା ସୁଶାନ୍ତ ମଣିଙ୍କ ସହ ଅଭିମନ୍ୟୁ ପରେ ଅନ୍ୟ କୌଣସି ସିନେମାରେ କାମ କରିବାର ସୁଯୋଗ ପାଇ ନାହାନ୍ତି। ଠିକ୍‌ ସେହିପରି ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଥରେ ମାତ୍ର କାମ କରିଛନ୍ତି ।    ‘ଡ୍ରିମ୍‌ଗାର୍ଲ’ ସିନେମା ପରେ  ପ୍ରିୟାଙ୍କୁ ଅଭିମନ୍ୟୁ, ବାଇଶି ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ,ମିତ ବସିଛି ମୁଁ ଭୂତ ସାଥୀରେ ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।
ଓଲିଉଡର ଲୋକପ୍ରିୟ ନାୟିକା ପ୍ରିୟା : ‘ଡ୍ରିମ୍‌ଗାର୍ଲ’ ପରେ ଏହି ନିର୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି Priya
ପଢନ୍ତୁ ;

ଆସନ୍ତୁ ଜାଣିବା ଡିପ୍ରେସନର ଶାରୀରିକ ଲକ୍ଷଣ

Related posts

ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ ଐଶ୍‌-ଅଭି

Krishna Kumar Manoj

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଦିଲ୍ଲୀପ କୁମାର

Krishna Kumar Manoj

ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More