ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ ପାଇଁ କ୍ଷମା ମାଗିଲେ ପ୍ରିୟଙ୍କା!

କ୍ଷମା ମାଗିଲେ ପ୍ରିୟଙ୍କା

ବଲିଓଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଧାରାବାହିକ କ୍ୱାଣ୍ଟିକୋରେ ବିବାଦୀୟ ଅଧ୍ୟାୟ ନେଇ ରବିବାର କ୍ଷମା ମାଗିଛନ୍ତି।

ଏହି ଧାରବାହିକରେ ଏକ ଏଫବିଆଇ ଏଜେଣ୍ଟ ରୂପେ ପ୍ରିୟଙ୍କା ଅଭିନୟ କରୁଛନ୍ତି। ଏହି ଘଟଣାକୁ ନେଇ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଶଂସକମାନେ ସମାଲୋଚନା କରିଛନ୍ତି।
ଧାରାବାହିକର ଏକ  ଭାଗରେ ଦେଖାଯାଇଛି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ କଥାବାର୍ତ୍ତା ଚାଲୁଥିବା ସମୟରେ ନ୍ୟୁୟର୍କଠାରେ ଏକ ବୋମା ବିସ୍ପୋରଣ ଘଟିବ ବୋଲି ଏକ ଖବର ସାମ୍ମନାକୁ ଆସିଥିଲା। ଏହାକୁ ନେଇ ଏକ ସନ୍ଦିଗ୍ଧକୁ ପ୍ରିୟଙ୍କା ଧରିନେବାପରେ ତାଙ୍କ ପାଖରୁ ଏକ ରୁଦ୍ରାକ୍ଷ ମିଳୁଛି, ତାପରେ ପ୍ରିୟଙ୍କା କହୁଛନ୍ତି ଜଣେ ‘ଭାରତୀୟ ହିନ୍ଦୁ ରାଷ୍ଟ୍ରବାଦୀ ଯିଏ ଆକ୍ରମଣ କରି ପାକିସ୍ତାନକୁ ବଦନାମ କରିବାକୁ ଚାହୁଁଛି’। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ପ୍ରିୟଙ୍କାଙ୍କୁ ନିନ୍ଦା କରାଯାଇଛି । କ୍ୱାଣ୍ଟିକୋର ଏହି ଭାଗ ଜୁନ ୧ରେ ପ୍ରସାରିତ ହୋଇଥିଲା।

ପ୍ରିୟଙ୍କା କହିଛନ୍ତି ଯେ, କ୍ୱାଣ୍ଟିକୋର ଏହି ବିବାଦୀୟ ଏପିସୋଡ ପାଇଁ ଅନେକ ଭାରତୀୟଙ୍କ ଭାବନାରେ କୁଠାରଘାତ ହୋଇଛି। ଏଥିପାଇଁ ମୁଁ ଦୁଃଖିତ ଏବଂ କ୍ଷମା ଚାହୁଛି। ଏଭଳି କରିବା ପଛରେ ମୋର କିଛି ଉଦ୍ଦେଶ୍ୟ ନଥିଲା। ମୁଁ ଭାରତୀୟ ଭାବେ ଗର୍ବିିତ ବୋଲି ପ୍ରିୟଙ୍କା କହିଛନ୍ତି।

ପଢନ୍ତୁ; ଧନିଆ ପତ୍ର ଜୁସ୍‌ ପିଇଲେ ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

କ୍ୱାଣ୍ଟିକୋର ଏହି ଭାଗ ଜୁନ ୧ରେ ପ୍ରସାରିତ ହୋଇଥିଲା। - 4.4

87%

ଏଥିପାଇଁ ବିଭିନ୍ନ ମହଲରେ ପ୍ରିୟଙ୍କାଙ୍କୁ ନିନ୍ଦା କରାଯାଇଛି । - 4.3

85%
4.3/5

Very Good!

ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ ପାଇଁ କ୍ଷମା ମାଗିଲେ ପ୍ରିୟଙ୍କା!

ଏହି ଧାରବାହିକରେ ଏକ ଏଫବିଆଇ ଏଜେଣ୍ଟ ରୂପେ ପ୍ରିୟଙ୍କା ଅଭିନୟ କରୁଛନ୍ତି। ଏହି ଘଟଣାକୁ ନେଇ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଶଂସକମାନେ ସମାଲୋଚନା କରିଛନ୍ତି।

No Votes Yet

You're not rated yet