ନିକ୍‍ଙ୍କ ସହ ନିର୍ବନ୍ଧ କଲେ ପ୍ରିୟଙ୍କା,ଅକ୍ଟୋବରରେ ହୋଇପାରେ ବିବାହ!

ବଲିଉଡ ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ପ୍ରଶଂସକ ମାନଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଆମେରିକୀୟ ଗାୟକ ନିକ୍‍ ଜୋନ୍ସକୁ ବିବାହ କରିବାକୁ ଯାଉଛନ୍ତି।ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସ୍‌ଙ୍କ ସହ ନିର୍ବନ୍ଧ କରି ସାରିଛନ୍ତି। ଦୁଇମାସର ପ୍ରେମ ସମ୍ପର୍କ ପରେ ଦୁହେଁ ଦୁହିଁଙ୍କୁ ନିଜର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେଲିବ୍ରିଟି ଯୋଡ଼ି ବିଧିବଦ୍ଧ ଭାବେ ଘୋଷଣା କରି ନ ଥିଲେ ମଧ୍ୟ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ନିକ୍‍ଙ୍କ ପରିବାର ଏବଂ ସାଙ୍ଗମାନଙ୍କ କହିବା ଅନୁସାରେ, ନିକଙ୍କୁ କେବେ ବି ଏତେ ଖୁସି ଦେଖିବାକୁ ମିଳିନଥିଲା। ପ୍ରିୟଙ୍କାଙ୍କ ସହ ନିଜର ସମ୍ପର୍କ ସ୍ଥାପନକୁ ନେଇ ନିକ୍‍ ଗମ୍ଭୀର ଥିବା ନଜର ଆସୁଛନ୍ତି। ପ୍ରିୟଙ୍କା ‘ଭାରତ’ ଚଳଚ୍ଚିତ୍ରରେ ଅଭିନୟ କରିବେ ନାହିଁ ବୋଲି ନିର୍ଦେଶକ ଅଲ୍ଲି ଆବାଜ ଜାଫରଙ୍କ ଟୁଇଟ୍‍ ପରେ ସମସ୍ତେ ଏହି ବିବାହକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି।

ନିକଟରେ ନିକ୍ ଜୋନ୍ସ ନ୍ୟୁୟର୍କ ସିଟିର ଟିଫାନୀ ଷ୍ଟୋରରୁ ନିଜ ଲେଡି ଲଭ୍ ପାଇଁ ଏକ ମୁଦି କିଣିଥିଲେ। ସେତେବେଳେ ପ୍ରିୟଙ୍କା ବି ନ୍ୟୁୟର୍କରେ ଥିଲେ। ଏହାପରେ ଦୁହିଁଙ୍କର ଏନଗେଜମେଣ୍ଟ ଓ ବିବାହ ଚର୍ଚ୍ଚା ଚାଲିଛି। ଅନେକ ଦିନରୁ ନିଜ ବୟସଠାରୁ ପ୍ରାୟ ୧୦ ବଷର୍ ସାନ ନିକ୍ ଜୋନ୍ସଙ୍କୁ ପ୍ରିୟଙ୍କା ଡେଟ୍ କରୁଥିବା ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ,୨୦୧୭ ମେଟା ଗାଲା ପୁରସ୍କାର ବିତରଣ ଉତ୍ସବରେ ପ୍ରିୟଙ୍କା ଓ ନିକ୍‍ ଜୋନ୍ସ ପ୍ରଥମେ ଦେଖା ହୋଇଥିଲେ।

ପଢନ୍ତୁ;ଅଗଷ୍ଟ ପହିଲାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More