• Home
  • Entertainment
  • ନୀରବ ମୋଦିଙ୍କ ସହ ହୋଇଥିବା ସବୁ ଚୁକ୍ତିରୁ ଓହରିଲେ “ପ୍ରିୟଙ୍କା”
Entertainment

ନୀରବ ମୋଦିଙ୍କ ସହ ହୋଇଥିବା ସବୁ ଚୁକ୍ତିରୁ ଓହରିଲେ “ପ୍ରିୟଙ୍କା”

ନୀରବ ମୋଦିଙ୍କ ବ୍ରାଣ୍ଡରୁ ଓହରିଲେ ପ୍ରିୟଙ୍କା

ଦେଶର ସବୁଠୁ ବଡ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଗହଣାର ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରୁଥିଲେ ପ୍ରିୟଙ୍କା ଚୋପ୍ରା। ଗହଣା ବ୍ରାଣ୍ଡ୍‌ର ବିଜ୍ଞାପନରେ ଅଭିନୟ କରି ଆସିଥିବା ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କମ୍ପାନୀ ସହ କରିଥିବା ଚୁକ୍ତିରୁ ଓହରି ଯାଇଛନ୍ତି।

ପିଏନ୍‌ବି ସହ ନୀରବ କରିଥିବା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପ୍ରିୟଙ୍କା ଏହା ଉପରେ ବିଚାର କରୁଥିଲେ। ଆଇନମୂଳକ ପ୍ରକ୍ରିୟାର ସାହାଯ୍ୟ ନେଇ ବିଧିବଦ୍ଧ ଭାବେ ସେ ବ୍ରାଣ୍ଡ ଆମ୍ବାସାଡର ପଦରୁ ଓହରି ଯାଇଛନ୍ତି। ନୀରବ ମୋଦିଙ୍କ ବ୍ରାଣ୍ଡ୍‌ର ଟିଭି କମର୍ସିଆଲ୍‌ରେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲ୍‌ହୋତ୍ରାଙ୍କ ସହ ପ୍ରିୟଙ୍କା ଦେଖାଯାଉଥିଲେ। ସମ୍ପ୍ରତି ନୀରବଙ୍କ ନାଁରେ ଆସିଥିବା ଜାଲିଆତି ଅଭିଯୋଗ ପରେ ସେ ନୀରବ ମୋଦି ବ୍ରାଣ୍ଡ ସହ କରିଥିବା ଚୁକ୍ତିରୁ ବାହାରି ଯାଇଥିବା ପ୍ରିୟଙ୍କାଙ୍କ ମୁଖପାତ୍ର ଏକ ବିବୃତିରେ ଉଲ୍ଲେଖ କରିଛନ୍ତି। ଏହି ବ୍ରାଣ୍ଡ୍‌ ସହ ସିଦ୍ଧାର୍ଥଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଯାଇଥିବାରୂ ସେ କୌଣସି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଲୋଡିବେ ନାହିଁ ବୋଲି ପୂର୍ବରୁ କହିଥିଲେ।

ଅଭିନେତ୍ରୀ ବିପାଶା ବସୁ, ଯିଏକି ନୀରବଙ୍କ ମାମୁ ମେହୁଲ ଚୋକ୍‌ସୀଙ୍କ ବ୍ରାଣ୍ଡ୍‌ ଗୀତାଞ୍ଜଳି ଜେମ୍ସର ବିଜ୍ଞାପନରେ ଅଭିନୟ କରିଛନ୍ତି ସେ ଅଭିଯୋଗ ଆଣିଛନ୍ତି ଯେ, ବ୍ରାଣ୍ଡ ସହ ତାଙ୍କର ଚୁକ୍ତି ଶେଷ ହୋଇଥିବା ସତ୍ତ୍ୱେ ତାଙ୍କର ଫଟୋକୁ କମ୍ପାନୀ ଏବେ ବି ବ୍ୟବହାର କରୁଛି। ତେବେ ସେ କମ୍ପାନୀ ବିରୋଧରେ କୌଣସି ଆଇନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାହୁଁ ନ ଥିବା ତାଙ୍କର ମୁଖପାତ୍ର ସୂଚନା ଦେଇଛନ୍ତି।

ନୀରବ ମୋଦିଙ୍କ ସହ ହୋଇଥିବା ସବୁ ଚୁକ୍ତିରୁ ଓହରିଲେ “ପ୍ରିୟଙ୍କା” priyanka

ପଢନ୍ତୁ;

ବାହାଘରରେ ମୃତ୍ୟୁ ଉପହାର : ଉପହାର ପ୍ୟାକଟରେ ବୋମା ! ବିସ୍ଫୋରଣ ଘଟି ବର ,ଜେଜେମା’ ମୃତ

Related posts

ନଭଜୋତ୍‌ ସିଂହ ସିଦ୍ଧୁଙ୍କୁ ହଜାରେ ଟଙ୍କା ଜରିମାନା କରି ଦୋଷମୁକ୍ତ କଲେ ସୁପ୍ରିମ କୋର୍ଟ!

Krishna Kumar Manoj

ପୁଜା ଦଦୱାଲଙ୍କୁ ସହାୟତା କଲେ ସଲମାନ ଖାନ

Krishna Kumar Manoj

ସନ୍ଦେହରେ ଶ୍ରୀଦେବୀଙ୍କ ମୃତୁ : ଦୁର୍ଘଟଣା ନା ଷଡଯନ୍ତ୍ର , ଦୁବାଇ ପୋଲିସ ଷ୍ଟେସନରେ ବୋନି କପୁରଙ୍କୁ ପଚରାଉଚରା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More