୧୦ ବର୍ଷ ପରେ ପୁଣି ନଜର ଆସିବେ ଏହି ଯୋଡି

ଏକାଠି ହେବେ ସଲମାନ ଓ ପ୍ରିୟଙ୍କା

ସଲମାନ୍ ଖାନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏବେ ବଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ଭାରତ । ଦୀର୍ଘ ୧୦ ବର୍ଷ ପରେ ସଲମାନ ଓ ପ୍ରିୟଙ୍କା ପୁଣି ଏକାଠି ନଜର ଆସିବେ ।  ପୂର୍ବରୁ ସଲମାନ୍ ଓ ପ୍ରିୟଙ୍କାଙ୍କ ଯୋଡିରେ ଅନେକ ସିନେମା ପରଦାକୁ ଆସିଛି । ନିଜ ହଲିଉଡ୍ ପ୍ରୋଜେକ୍ଟକୁ ଶେଷ କରି ବଲିଉଡରେ ଅଭିନୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଦେଶୀ ଗର୍ଲ । ୨ ବର୍ଷ ପରେ ବ୍ୟବଧାନ ପରେ ବଲିଉଡକୁ ଫେରୁଛନ୍ତି ପ୍ରିୟଙ୍କା ।

ଅଭିନେତା ସଲମାନ୍ ଖାନଙ୍କ ବିପକ୍ଷରେ ନାୟିକା ହେବା ପାଇଁ ସାଇନ୍ କରିଛନ୍ତି ପ୍ରିୟଙ୍କା । ପୂର୍ବରୁ ମୁଝସେ ସାଦି କରୋଗି, ସଲାମେ ଇଷ୍କ ଏବଂ ଗଡ୍ ତୁସସି ଗ୍ରେଟ୍ ହୋ ଭଳି ସିନେମାରେ ପରଦାରେ ଏକାଠି ଅଭିନୟ କରିଥିବା ସଲମାନ୍ ଓ ପ୍ରିୟଙ୍କା ଯୋଡି ପୁଣିଥରେ ଫେରିବାକୁ ଯାଉଛି ।

କୁହାଯାଉଛି ଯେ ‘ଭାରତ’ ପ୍ରିୟାଙ୍କ ପାଇଁ ବଲିଉଡକୁ କମବ୍ୟାକ୍‌ କରିବା ପାଇଁ ପରଫେକ୍ଟ ଫିଲ୍ମ । କାରଣ ସଲମାନଙ୍କ ଫିଲ୍ମକୁ ଲୋକେ ଅପେକ୍ଷା କରି ବସିଥାନ୍ତି । ସେ ଏକମାତ୍ର ଅଭିନେତା ଯାହାଙ୍କର ସର୍ବାଧିକ ଫିଲ୍ମ ବ୍ଲକବଷ୍ଟର ହୋଇଛି । ଆଶା କରାଯାଉଛି ଯେ ‘ଭାରତ‌’ ମଧ୍ୟ ବକ୍ସ ଅଫିସ୍‌ରେ ସେହିଭଳି କମାଲ୍ କରିବ ।  ଏହା ବ୍ୟତୀତ ସଲମାନ୍ ଓ ପ୍ରିୟଙ୍କାଙ୍କ ଜବରଦସ୍ତ ଯୋଡ଼ିକୁ ଆଗରୁ ବି ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି ।

ତରନ ପ୍ରିୟଙ୍କାଙ୍କ ଏକ ଫଟ ସେୟାର୍ କରିବା ସହ କହିଛନ୍ତି ପ୍ରିୟଙ୍କା ହିଁ ହେବେ ସଲମାନଙ୍କ ନାୟିକା । ତେବେ ଗତ କିଛି ଦିନ ତଳେ ଶୁଣିବାକୁ ମିଳୁଥିଲା ଭାରତରୁ ପ୍ରିୟଙ୍କାଙ୍କୁ ଆଉଟ୍ କରି କ୍ୟାଟ୍ରିନାଙ୍କୁ ନେବା ପାଇଁ ସଲମାନ୍ ଯୋଜନା କରୁଛନ୍ତି । ହେଲେ ଏବେ ଘୋଷଣା ହୋଇଛି ଭାରତ ହେବ ପ୍ରିୟଙ୍କାଙ୍କ କମବ୍ୟାକ ସିନେମା ।

ଅଲ୍ଲି ଅବାସ୍ ଜଫର୍ ସଲମାନଙ୍କ ନୂଆ ଫେବରେଟ୍ ନିର୍ଦ୍ଦେଶକ ହୋଇଥିବାବେଳେ ପ୍ରିୟଙ୍କା ବି ଚଳଚ୍ଚିତ୍ର ଗୁଣ୍ଡେରେ ନିର୍ଦ୍ଦେଶକ ଅଲ୍ଲିଙ୍କ ସହ କାମ କରି ସାରିଛନ୍ତି । ତେବେ ନିକଟରେ ଭାରତର ସୁଟିଂ ବି ଆରମ୍ଭ ହୋଇ ଯାଇଛି । ପ୍ରଥମ ଦିନ ସୁଟିଂର ଏକ ଫଟୋ ନିର୍ଦ୍ଦେଶକ ଜାଫର୍ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଫଟୋରେ କ୍ଲାପ ବୋର୍ଡ ପଛରେ ସଲମାନଙ୍କୁ ଦେଖିବାକୁ ମିଳିଛି । ଆଉ ଖୁବଶୀଘ୍ର ପ୍ରୟଙ୍କା ବି ଭାରତର ସୁଟିଂ ଆରମ୍ଭ କରିବେ ।

ପଢନ୍ତୁ ;

‘ରାଇଜିଙ୍ଗ ଷ୍ଟାର-୨’ ସୋ’ର ବିଜେତା ହେଲେ ହେମନ୍ତ ବ୍ରିଜବାସୀ

ଦୀର୍ଘ ୧୦ ବର୍ଷ ପରେ ସଲମାନ ଓ ପ୍ରିୟଙ୍କା ପୁଣି ଏକାଠି ନଜର ଆସିବେ - 92%

92%

ଅଭିନେତା ସଲମାନ୍ ଖାନଙ୍କ ବିପକ୍ଷରେ ନାୟିକା ହେବା ପାଇଁ ସାଇନ୍ କରିଛନ୍ତି ପ୍ରିୟଙ୍କା - 90%

90%
91%

Excellent!

୧୦ ବର୍ଷ ପରେ ପୁଣି ନଜର ଆସିବେ ଏହି ଯୋଡି

ସଲମାନ୍ ଖାନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏବେ ବଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ଭାରତ । ଦୀର୍ଘ ୧୦ ବର୍ଷ ପରେ ସଲମାନ ଓ ପ୍ରିୟଙ୍କା ପୁଣି ଏକାଠି ନଜର ଆସିବେ ।  ପୂର୍ବରୁ ସଲମାନ୍ ଓ ପ୍ରିୟଙ୍କାଙ୍କ ଯୋଡିରେ ଅନେକ ସିନେମା ପରଦାକୁ ଆସିଛି । ନିଜ ହଲିଉଡ୍ ପ୍ରୋଜେକ୍ଟକୁ ଶେଷ କରି ବଲିଉଡରେ ଅଭିନୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଦେଶୀ ଗର୍ଲ । ୨ ବର୍ଷ ପରେ ବ୍ୟବଧାନ ପରେ ବଲିଉଡକୁ ଫେରୁଛନ୍ତି ପ୍ରିୟଙ୍କା ।

No Votes Yet

You're not rated yet