POLITICALS

ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରବେଶ,ମିଳିଲା ୟୁପି ମହାସଚ୍ଚିବ ଦାୟିତ୍ୱ

ପ୍ରତ୍ୟେକ୍ଷ ରାଜନୀତିରେ ପାଦ ଥାପିଲେ ସୋନିଆଙ୍କ ତନୟା ପ୍ରିୟଙ୍କା । ବୁଧବାର ଦିନ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବ ଉତ୍ତର ପ୍ରଦେଶର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୯ ଫେବ୍ରୁଆରି ପ୍ରଥମ ସପ୍ତାହରେ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ରାଏ ବରେଲିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି ବୋଲି ଶୁଣା ଯାଉଛି।

 

୪୭ ବର୍ଷୀୟ ପ୍ରିୟଙ୍କା ଏହା ପୂର୍ବରୁ ଭାଇ ରାହୁଲଙ୍କ ପାଇଁ ଲୋକସଭା ନିର୍ବାଚନରେ ଆମେଥି ଏବଂ ମା’ ସୋନିଆଙ୍କ ପାଇଁ ରାୟବରେଲିରେ ପ୍ରଚାର ଦାୟିତ୍ୱରେ ଥିଲେ । କିନ୍ତୁ ତାଙ୍କୁ ପ୍ରଥମଥର ପାଇଁ ଦଳର କିଛି ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି । ପୂର୍ବ କିଛି ବର୍ଷ ହେଲା କଂଗ୍ରେସର କିଛି ତୁଙ୍ଗ ନେତା ପ୍ରିୟଙ୍କାକୁ ପ୍ରତ୍ୟେକ୍ଷ ରାଜନୀତିକୁ ଆଣିବା ପାଇଁ ଦାବି କରୁଥିଲେ । ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ରାହୁଲ ଗାନ୍ଧି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଅନେକ ପୂର୍ବରୁ ପ୍ରିୟଙ୍କାଙ୍କୁ ରାଜନୀତିରେ ସାମିଲ ପାଇଁ କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଥିଲା।

ପଢନ୍ତୁ; ଲାଲକିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

Related posts

ପଦ୍ମଶ୍ରୀ ହଳଧର ନାଗ ପାଦ ଦେବେ ରାଜନୀତିରେ

Ratnamani Moharana

ବିଜୁ ପଟ୍ଟନାୟକ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

ENO Beuro

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିଙ୍କୁ ହରାଇ ହରି ହେଲେ ରାଜ୍ୟସଭାର ଉପସଭାପତି

ENO Beuro

Leave a Comment