ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବା ଓ ରାଲିରେ ଭାଷଣ ଦେବା ମନା : କଂଗ୍ରେସ

priyanka gandi vadra

ବଡ଼ ଧୁମ୍‌ଧାମର ସହ କଂଗ୍ରେସରେ ଯୋଗ ଦେଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା  ଆସନ୍ତା ଲୋକସଭା ନିର୍ବାଚନ ଳଢ଼ିବେ ନାହିଁ ବୋଲି ଶୁଣିବାକୁ ମିଳିଛି। କେବଳ ନିର୍ବାଚନ ଲଢିବା ନୁହେ ସେ  କୌଣସି ପ୍ରକାର ନିର୍ବାଚନ ରାଲିରେ ମଧ୍ୟ ସାମିଲ ହୋଇପାରିବେ ନାହିଁ ବୋଲି ସୂଚନା ରହିଛି। ପ୍ରିୟଙ୍କା କଂଗ୍ରେସର ମହାସଚିବ ଭାବେ ଦଳରେ ଯୋଗ ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧୀଙ୍କ ସହ ଲକ୍ଷ୍ନୌରେ ଏକ ରୋଡ୍‌ ସୋ’ରେ ଯୋଗ ଦେଇଥିଲେ।

ନିର୍ବାଚନ ସଂପର୍କିତ ସମସ୍ତ କଥା ରାହୁଲ ହିଁ କରିବେ। ପ୍ରିୟଙ୍କା କେବଳ ଉତ୍ତରପ୍ରଦେଶ  କଂଗ୍ରେସର ସଂଗଠନାତ୍ମକ ସ୍ଥିତି ମଜବୁତ କରିବେ। ଆମେଥି ଓ ବରେଲିଠାରେ ପ୍ରିୟଙ୍କାଙ୍କ ଭାଇ ରାହୁଲ ଓ ମାଆ ସୋନିଆ ଗାନ୍ଧୀ ନିର୍ବାଚନ ଲଢୁଥିବା ହେତୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ। ତେବେ ଏଥର କଂଗ୍ରେସର ବରିଷ୍ଠ ନେତା ମନମୋହନ ଓ ପ୍ରିୟଙ୍କାଙ୍କ ନିର୍ବାଚନ ନ ଲଢିବା ନେଇ କଂଗ୍ରେସ ତରଫରୁ କୌଣସି ସଠିକ ସୂଚନା ମିଳିପାରି ନାହିଁ।
ପଢନ୍ତୁ: ଅମୃତସର ଭଳି ଆସନରୁ ନିର୍ବାଚନ ଲଢିବେନି ମନମୋହନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More