POLITICALS

ରାସ୍ତା ଉପରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

Untitled 1

ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲା  ଗୁଳିକାଣ୍ଡ ଘଟଣାରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି।  ତାଙ୍କୁ କାହିଁକି ମୃତକଙ୍କ ପରିଜନଙ୍କୁ ଭେଟିବାକୁ ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏପରିକି ଏହାକୁ ନେଇ ସେ କିଛି ସମୟ ଧରି ରାସ୍ତା ଉପରେ ମଧ୍ୟ ଧାରଣାରେ ବସିରହିଥିଲେ ।ତେବେ ପୋଲିସ୍ ତାଙ୍କୁ ସେଠାରୁ ଗେଷ୍ଟ ହାଉସକୁ ଉଠାଇନେଇଛି । ଏହି ହାଇ ପ୍ରୋଫାଇଲ ଘଟଣାପରେ ସେଠାରେ ଜିଲ୍ଲାପାଳ ଏବଂ ଏସପି  ପହଞ୍ଚି ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଝାଇଥିବା ଜଣାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୭ ଜୁଲାଇରେ ସୋନଭଦ୍ର ଜିଲ୍ଲାର ଉଭା ଗାଁଠାରୁ କିଛି ଦୂର ଘୋରାବଲ୍ ଅଞ୍ଚଳରେ ଗଟଣା ଘଟିଥିଲା ଗାଁର ମୁଖିଆ ଯଜ୍ଞ ଦତ୍ତ ୨ ବର୍ଷ ପୂର୍ବେ ୩୬ ଏକର ଚାଷ ଜମି କିଣିଥିଲେ । ବୁଧବାର ଜମି ହଳ କରିବାକୁ ସେ ଏବଂ ତାଙ୍କର ସହଯୋଗୀ ଟ୍ରାକ୍ଟର ଯୋଗେ ଆସି ସେଠାରେ ପହଞ୍ଚିଥିଲେ । ତେବେ ଏହି ସମୟରେ କେତେ ଜଣ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିବାରୁ ଯଜ୍ଞ ଦତ୍ତଙ୍କ ସହଯୋଗୀ କ୍ରୋଧିତ ହୋଇପଡ଼ିଥିଲେ । ଏହାପରେ ସେମାନେ ଗାଁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇ ଥିଲେ ବୋଲି ପାଟିଲ କହିଛନ୍ତି।

ପଢନ୍ତୁ: ଭୁବନେଶ୍ବରରେ ପାର୍କିଂ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସପିଂ ମଲ୍ ମାଲିକ

Related posts

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା

ENO Beuro

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

ଜେ ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ

Ratnamani Moharana

Leave a Comment