News

#ଶାଢ଼ି ଟୁଇଟର ଚ୍ୟାଲେଞ୍ଜ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧି ଭଦ୍ରା

Untitled 1

ଆଜିକାଲି ସୋସିଆଲ ମିଡିଆରେ ଚାଲିଛି ଚ୍ୟାଲେଞ୍ଜ ଟ୍ରେଣ୍ଡ। କେତେବେଳେ ବଟଲ କ୍ୟାପ ଚ୍ୟାଲେଞ୍ଜ ତ କେତେବେଳେ ଅନ୍ୟକିଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା   ସୋସିଆଲ ମିଡିଆରେ ଜଣେ ସକ୍ରିୟ ବ୍ୟକ୍ତିତ୍ୱ। ସେ ଟୁଇଟରରେ ସମସ୍ତ ଘଟଣାକୁ ନେଇ ସ୍ୱାଧୀନ ଭାବେ ନିଜ ବୟାନ ରଖି ଥାଆନ୍ତି। ତେବେ ପ୍ରିୟଙ୍କା ନିଜକୁ ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରି ଚ୍ୟାଲେଞ୍ଜ ଆକସେପ୍ଟ କରିଛନ୍ତି। ତେବେ ଏହି କ୍ରମରେ ଟୁଇଟରରେ ଚାଲୁଥିବା #ଶାଢ଼ି ଟୁଇଟର ଟ୍ରେଣ୍ଡରେ ସାମିଲ ହୋଇଛନ୍ତି। ସେ ନିଜ ଅଧିକାରିକ ଟୁଇଟରରେ ବୁଧବାର ଶାଢ଼ି ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋଟି ତାଙ୍କର ୨୨ ବର୍ଷ ପୁରୁଣା ବିବାହ ସମୟର ବୋଲି କୁହାଯାଉଛି। ପ୍ରିୟଙ୍କାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି। ସେ ଟୁଇଟରରେ କ୍ୟାପସନ୍‌ ଲେଖିଛନ୍ତି ଯେ, ଏହା ମୋ ବିବାହ ସମୟର ଫଟୋ। ଫଟୋରେ ପ୍ରିୟଙ୍କା ସୁନ୍ଦର ସିଲକ୍‌ ଶାଢ଼ି ପିନ୍ଧି ଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ, ପ୍ରିୟଙ୍କାଙ୍କ ବିବାହ ୧୯୯୭ ଫେବୃୟାରି ୧୮ରେ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଟୁଇଟରରେ #ଶାଢ଼ି ଟୁଇଟର ଟ୍ରେଣ୍ଡରେ ଚାଲୁଛି। ଏଯାବତ୍‌ ଏଥିରେ ଅନେକ ନେତା, ଅଧିକାରୀ, ପୁଲିସ ଅଫିସର ଶାଢ଼ି ଫଟୋ ସେୟାର କରିଛନ୍ତି। କଂଗ୍ରେସରୁ ଶିବସେନାକୁ ଯାଇଥିବା ପ୍ରିୟଙ୍କା ଚର୍ତୁବେଦୀ ବି କିଛି ଫଟୋ ସେୟାର କରିଛନ୍ତି, ତାଙ୍କ ବ୍ୟତୀତ କଂଗ୍ରେସ ନେତା ରାଗିଣୀ ନାଏକ ବି ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି।
ପଢନ୍ତୁ: ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Related posts

ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ ଜେଲ୍‌

ENO Beuro

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌ ସମୟସୀମା ବୃଦ୍ଧି: ମାଧ୍ୟମିକ ଶିକ୍ଷା ପରିଷଦ

ENO Beuro

ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

ENO Beuro

Leave a Comment